ଜୟପାଟଣାରୁ ଜବତ୍ ହେଲା ବିପୁଳ ପରିମାଣର ବାଣ ;  ଜୟପାଟଣାର ବଜରଙ୍ଗ ଅଗ୍ରୱାଲଙ୍କ ଘରେ ଚଢ଼ାଉ

ଳାହାଣ୍ଡି ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ଼ ଏସ୍‌ଡିପିଓ ତତ୍ତ୍ୱାବଧାନରେ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଜୟପାଟଣା ସହରର ବଜରଙ୍ଗ ଅଗ୍ରୱାଲ୍ ଘରେ ଚଢ଼ାଉ କରିଥିଲା ।

40

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ଜବତ୍ ହେଲା ବିପୁଳ ପରିମାଣର ବାଣ । କଳାହାଣ୍ଡି ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ଼ ଏସ୍‌ଡିପିଓ ତତ୍ତ୍ୱାବଧାନରେ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଜୟପାଟଣା ସହରର ବଜରଙ୍ଗ ଅଗ୍ରୱାଲ୍ ଘରେ ଚଢ଼ାଉ କରିଥିଲା । ତାଙ୍କ ଘରୁ ଚାରି ମିନି ଟ୍ରକ୍ ବିଭିନ୍ନ ପ୍ରକାର ବାଣ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୫ରୁ ୩୦ ଲକ୍ଷ ଟଙ୍କା ହେବ । ଏସ୍‌ଡିପିଓ ଓ ଜୟପାଟଣା ଥାନା ଅଧିକାରିଣୀଙ୍କ ଉପସ୍ଥିତିରେ ସବୁ ବାଣକୁ ଗାଡ଼ିରେ ଲୋଡ଼ କରି ଭବାନୀପାଟଣା ପୁଲିସ ବ୍ୟାରେକ୍‌କୁ ନିଆଯାଇଛି ।

ବର୍ତ୍ତମାନ ବଜରଙ୍ଗ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ପୁଲିସ ପଚରାଉଚରା କରୁଛି । ଏନେଇ ଜୟପାଟଣା ଥାନାରେ ବେଆଇନ ବିସ୍ଫୋରଣ ସାମଗ୍ରୀ ଗଚ୍ଛିତ ଓ ବିକ୍ରି ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ଏହି ବେଆଇନ ବାଣ ଗୋଦାମ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ବିପଦର ଆଶଙ୍କା ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe