କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ଜବତ୍ ହେଲା ବିପୁଳ ପରିମାଣର ବାଣ । କଳାହାଣ୍ଡି ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ଼ ଏସ୍ଡିପିଓ ତତ୍ତ୍ୱାବଧାନରେ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଜୟପାଟଣା ସହରର ବଜରଙ୍ଗ ଅଗ୍ରୱାଲ୍ ଘରେ ଚଢ଼ାଉ କରିଥିଲା । ତାଙ୍କ ଘରୁ ଚାରି ମିନି ଟ୍ରକ୍ ବିଭିନ୍ନ ପ୍ରକାର ବାଣ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୫ରୁ ୩୦ ଲକ୍ଷ ଟଙ୍କା ହେବ । ଏସ୍ଡିପିଓ ଓ ଜୟପାଟଣା ଥାନା ଅଧିକାରିଣୀଙ୍କ ଉପସ୍ଥିତିରେ ସବୁ ବାଣକୁ ଗାଡ଼ିରେ ଲୋଡ଼ କରି ଭବାନୀପାଟଣା ପୁଲିସ ବ୍ୟାରେକ୍କୁ ନିଆଯାଇଛି ।
ବର୍ତ୍ତମାନ ବଜରଙ୍ଗ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ପୁଲିସ ପଚରାଉଚରା କରୁଛି । ଏନେଇ ଜୟପାଟଣା ଥାନାରେ ବେଆଇନ ବିସ୍ଫୋରଣ ସାମଗ୍ରୀ ଗଚ୍ଛିତ ଓ ବିକ୍ରି ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ଏହି ବେଆଇନ ବାଣ ଗୋଦାମ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ବିପଦର ଆଶଙ୍କା ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/25/40-2025-09-25-18-33-08.jpg)