କନକ ବ୍ୟୁରୋ: ମହିଳାଙ୍କ ସୁରକ୍ଷାକୁ ନେଇ ଅପରାହ୍ନରେ ବସିବ ବଡ଼ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ସବୁ ବିଭାଗର ଅଧିକାରୀମାନେ ଏଥିରେ ସାମିଲ ହେବେ । ଯୁବତୀ ଓ ମହିଳା ସଶକ୍ତିକରଣ ଏବଂ ନିରାପତ୍ତା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସର ବୈଠକ ହେବ । ଲୋକ ସେବା ଭବନରେ ବସିବ ବୈଠକ । ଏଥିରେ ଉନ୍ନୟନ କମିସନର, ପୁଲିସ ଡିଜି ମଧ୍ୟ ଉପସ୍ଥିତ ରହିବେ । ଗୃହ, ଅର୍ଥ, ବାଣିଜ୍ୟ ଓ ପରିବହନ, ଶ୍ରମ ଓ ନିୟୋଜନ, ଅନୁସୂଚିତ ଜନଜାତି ଓ ଜାତି, କ୍ରୀଡା ଓ ଯୁବ ବ୍ୟାପାର, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀ ମାନେ ସାମିଲ ହେବେ । ସେହିପରି ସାମାଜିକ ସୁରକ୍ଷ ଓ ଭିନ୍ନକ୍ଷମ ସଶକ୍ତି କାରଣ, ପଞ୍ଚାୟତିରାଜ ଓ ପାନୀୟଜଳ, ଦକ୍ଷତା ବିକାଶର ସଚିବ ରହିବେ ଉପସ୍ଥିତ ରହିବେ । ଇସ୍ତକୋଷ୍ଟ ରେଲୱେର ଅଧିକାରୀ, ଆଇନ ପ୍ରାଧିକରଣ ସେବାର ସଦସ୍ୟ ବି ସାମିଲ ହେବେ । ୟୁନିସେଫ ଏବଂ ଯୁନଏଫବିଏର ସଦସ୍ୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଓମେନ୍ସ ଷ୍ଟଡି ନିର୍ଦ୍ଦେଶିକା ମଧ୍ୟ ଏହି ବୈଠକରେ ସାମିଲ ହେବେ ।
ମହିଳାଙ୍କ ସୁରକ୍ଷା ନେଇ ଅପରାହ୍ନରେ ବସିବ ବଡ଼ ବୈଠକ: ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ
ଲୋକ ସେବା ଭବନରେ ବସିବ ବୈଠକ । ଏଥିରେ ଉନ୍ନୟନ କମିସନର, ପୁଲିସ ଡିଜି ମଧ୍ୟ ଉପସ୍ଥିତ ରହିବେ । ଗୃହ, ଅର୍ଥ, ବାଣିଜ୍ୟ ଓ ପରିବହନ, ଶ୍ରମ ଓ ନିୟୋଜନ, ଅନୁସୂଚିତ ଜନଜାତି ଓ ଜାତି, କ୍ରୀଡା ଓ ଯୁବ ବ୍ୟାପାର, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀ ମାନେ ସାମିଲ ହେବେ ।
/kanak/media/media_files/2025/07/24/14-2025-07-24-12-17-22.jpg)