ରବୀନ୍ଦ୍ର ମଣ୍ଡପରେ ଆହେ ନୀଳ ଶଇଳ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ । ଭାବବିହ୍ୱଳ ହେଲେ ଦର୍ଶକ

 ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ପୁଣି ଥରେ ପରିବେଷିତ ହେଉଛି ଆଧ୍ୟାତ୍ମିକ ନାଟକ ଆହେ ନୀଳ ଶଇଳ । ୪ ଦିନ ମଞ୍ଚସ୍ଥ ହେବାକୁ ଥିବା ନାଟକର ପ୍ରଥମ ଦିନ ହାଉସଫୁଲ ହୋଇଥିଲା। ବହୁ ଚର୍ଚ୍ଚିତ ନାଟକ ‘ଆହେ ନୀଳଶଇଳ’ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ  ଆସିଥିଲେ ଦର୍ଶକ। ନାଟକ ଆରମ୍ଭ ହେବାର ଅନେକ ସମୟ ଆଗରୁ ଦର୍ଶକମାନେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

òZòZþòþZ

କନକ ବ୍ୟୁରୋ : ଓଡ଼ିଶା ତଥା ଓଡ଼ିଶା ବାହାରେ ଏକାଧିକ ମଞ୍ଚରେ ପରିବେଷିତ ହୋଇ ଅଜସ୍ର ପ୍ରଶଂସା ସାଉଁଟିଥିବା ‘ଚକ୍‌ଲେଟ୍‌ ପ୍ରଡକ୍ସନର ବହୁ ଚର୍ଚ୍ଚିତ ଓଡ଼ିଆ ନାଟକ ‘ଆହେ ନୀଳ ଶଇଳ’ ଆଜି ପୁଣି ଥରେ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି । କୋଟି ଓଡ଼ିଆଙ୍କ ରକ୍ଷାକର୍ତ୍ତା ବଡ଼ଠାକୁର ଶ୍ରୀ ଜଗନ୍ନାଥ ଓ ତତ୍କାଳୀନ ଗଜପତି ରାଜା ରାମଚନ୍ଦ୍ର ଦେବଙ୍କ କାହାଣୀ ଉପରେ ଆଧାରିତ ଏହି ନାଟକ ଦର୍ଶକଙ୍କୁ ଭକ୍ତିରସରେ ଭିଜାଇ ଦେଇଥିଲା । ନାଟକର ଐତିହାସିକ ବିଷୟବସ୍ତୁ, ଉ‌ଚ୍ଚକୋଟିର  ନି‌ର୍ଦ୍ଦେଶନା ଓ ନିଖୁଣ ଅଭିନୟ ଦେଖି ଦର୍ଶକଙ୍କ ଆଖିରୁ ଝରିଥିଲା ଲୁହ ।

ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ । ନାଟକ ‘ଆହେ ନୀଳ ଶଇଳ’ ପ୍ରଦର୍ଶନ ବେଳେ ଭାବବିହ୍ୱଳ ହେଲେ ଶତାଧିକ ଦର୍ଶକ । ଆଖିରୁ ଝରିଲା ଲୁହ । କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ କଥାବସ୍ତୁ ଉପରେ ଆଧାରିତ ନାଟକ ‘ଆହେ ନୀଳ ଶଇଳ’ ସଭିଙ୍କୁ କଲା ମନ୍ତ୍ରମୁଗ୍ଧ । କଥାବସ୍ତୁରେ ରହିଛି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବଙ୍କ ଗାଥା । ଗଜପତି ରାମଚନ୍ଦ୍ର ଦେବଙ୍କ ସଂଘର୍ଷ ଓ ବଳିଦାନର କାହାଣୀ ଦର୍ଶକଙ୍କୁ ଲୁହ ଓ କୋହରେ ଭିଜାଇଥିଲା । କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୂ ବାନ୍ଧି ରଖିଥିଲା । 

 ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ପୁଣି ଥରେ ପରିବେଷିତ ହେଉଛି ଆଧ୍ୟାତ୍ମିକ ନାଟକ ଆହେ ନୀଳ ଶଇଳ । ୪ ଦିନ ମଞ୍ଚସ୍ଥ ହେବାକୁ ଥିବା ନାଟକର ପ୍ରଥମ ଦିନ ହାଉସଫୁଲ ହୋଇଥିଲା । ବହୁ ଚର୍ଚ୍ଚିତ ନାଟକ ‘ଆହେ ନୀଳଶଇଳ’ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ  ଆସିଥିଲେ ଦର୍ଶକ । ନାଟକ ଆରମ୍ଭ ହେବାର ଅନେକ ସମୟ ଆଗରୁ ଦର୍ଶକମାନେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ।

ଆସନ୍ତା ୧୨ ତାରିଖ ଯାଏଁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ‘ଆହେ ନୀଳଶଇଳ ।  ଏହି ନାଟକକୁ ମିଳିଛି ଅନେକ ଭଲପାଇବା । ସେଥିପାଇଁତ ୪ ଦିନ ମଞ୍ଚସ୍ଥ ହେବାକୁ ଥିବା ନାଟକର ସମସ୍ତ ଟିକଟ ଅନଲାଇନରେ ବହୁ ଆଗରୁ ବିକ୍ରି ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe