କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଜପତି ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି । ଗଜପତି ଜିଲ୍ଲା ବସ୍ତ୍ରିଗୁଡ଼ା ପଞ୍ଚାୟତର ତ୍ରିନାଥ ନାୟକ ଓ ମେରିପଲ୍ଲୀ ପଞ୍ଚାୟତର ଲକ୍ଷ୍ମଣ ନାୟକଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଯୋଗୁଁ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଭୂସ୍ଖଳନରେ ଏବେବି ଦୁଇ ବାପ ପୁଅଙ୍କର ପତ୍ତା ମିଳୁନି। ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜୀବ ଶବର ଗତକାଲି ଦିନ ପ୍ରାୟ ୨ଟାରୁ ନିଖୋଜ ହୋଇଯାଇଛନ୍ତି । ୩୦ ଘଣ୍ଟା ହେଲାଣି ପୁଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ଚଳାଇଛନ୍ତି, ହେଲେ କିଛି ଖୋଜ୍ ଖବର ମିଳୁନି । ବ୍ରହ୍ମପୁର ଅଗ୍ନିଶମ ବିଭାଗର ଏକ ଟିମ୍ ସନ୍ଧାନୀ କୁକୁର ସାହାଯ୍ୟରେ ଅନୁସନ୍ଧାନ ଚଳାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ବିଭୂତି ଜେନା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ
ଭୂସ୍ଖଳନ ନେଲା ୨ ଜଣଙ୍କ ଜୀବନ
ତ୍ରିନାଥ ନାୟକ ଓ ଲକ୍ଷ୍ମଣ ନାୟକଙ୍କର ମୃତ୍ୟୁ
୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଗତକାଲିଠାରୁ ଦୁଇ ବାପ-ପୁଅ ନିଖୋଜ
କାର୍ତ୍ତିକ ଶବର ଓ ପୁଅ ରାଜୀବଙ୍କର ପତ୍ତା ମିଳୁନି
୩୦ ଘଣ୍ଟା ହେଲାଣି ଖୋଜାଖୋଜି ଚାଲିଛି
ପୁଲିସ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ କରୁଛନ୍ତି
ଭୂସ୍ଖଳନ ପ୍ରବଣ ଗଜପତି ଜିଲ୍ଲା
ରାଜ୍ୟରେ ଏକମାତ୍ର ଜିଲ୍ଲା ଭାବେ ଗଜପତି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ
ଗଜପତି ଜିଲ୍ଲାରେ ରହିଛି ୧୨୯ଟି ଭୂସ୍ଖଳନ ପ୍ରବଣ ସ୍ଥାନ
ଭୂସ୍ଖଳନ ହ୍ରାସ ପାଇଁ ବିଭିନ୍ନ ବିଭାଗ, ପାଣିପାଗ ନିର୍ଦ୍ଦେଶାଳୟ, କେରଳର ଅମୃତା ବିଶ୍ବବିଦ୍ୟାଳୟ ମଧ୍ୟରେ ଲଗାତର ସମନ୍ବୟ ବୈଠକ ବସୁଛି
ଅଧିକ ସର୍ଭେ ପାଇଁ ଓସଡମା ଏବଂ ଅମୃତା ବିଶ୍ବବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର
ବିଧାନସଭାରେ ଉତ୍ତର ରଖିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ