କନକ ବ୍ୟୁରୋ: ଦାଦନ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ । ମଧ୍ୟାହ୍ନ ଭୋଜନ ଖାଇ କାମକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ । ସୁରଟରୁ ଆସିଛି ଏଭଳି ଅଭାବନୀୟ ଖବର। ମୃତ ଦାଦନ ଶ୍ରମିକ ଜଣକ ହେଲ ପୁରୀ ଜିଲ୍ଲା ଅସ୍ତରଙ୍ଗ ଜିଲ୍ଲା ସାହୁବୁଦା ଗ୍ରାମର ନାଟେଶ୍ବର ସ୍ବାଇଁ । ଗରିବ ପରିବାରକୁ ଚଳାଇବା ପାଇଁ ନାଟେଶ୍ବର ଦୀର୍ଘ ବର୍ଷ ହେବ ସୁରଟର ଏକ ଘରୋଇ କମ୍ପାନିରେ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିଆସୁଥିଲେ । ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଭାବରେ ଯାହା କିଛି ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର । ଘର ଲୋକଙ୍କ ସହ ପ୍ରତିଦିନ ଫୋନରେ କଥା ହୁଅନ୍ତି ନାଟେଶ୍ବର । ତେବେ ଗୁରୁବାର ଦୀର୍ଘ ସମୟ ଧରି ଫୋନ ନଆସିବାରୁ ବଡ଼ ଝିଅ ଫୋନ୍ କରିଥିଲେ । ଅଜଣା ବ୍ୟକ୍ତି ଜଣେ ଫୋନ୍ ଉଠାଇ କହିଥିଲେ ଯେ ନାଟେଶ୍ବରଙ୍କ ଦୁର୍ଘଟଣା ଘଟିଛି । କିଛି ସମୟ ପରେ ଖବର ଆସିଲା ଯେ ଦୁର୍ଘଟଣାରେ ନାଟେଶ୍ବରଙ୍କ ମୃତ୍ୟୁ ହୋଇଛି । ଖବର ପାଇଁ ସ୍ତବ୍ଧ ହୋଇଯାଇଛି ପୂରା ପରିବାର । ନାଟେଶ୍ବରଙ୍କ ମୃତ୍ୟୁ ଖବର ପାଇ ପତ୍ନୀଙ୍କ ସହ ପାଞ୍ଚ ପିଲା ସ୍ଥାଣୁ ପାଲଟି ଯାଇଛନ୍ତି । ସେପଟେ ସୁରଟରୁ ମୃତଦେହ କେମିତି ଆସିବ, ତାକୁ ନେଇ ଦ୍ବନ୍ଦ୍ବରେ ପରିବାର ଲୋକେ । ସେଥିପାଇଁ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ତାଙ୍କ ପରିବାର ।
ସୁରଟରେ ଦାଦନ ଶ୍ରମିକଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ: ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁରେ ଭାଙ୍ଗିପଡ଼ିଛି ପୂରା ପରିବାର
ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଭାବରେ ଯାହା କିଛି ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର । ଘର ଲୋକଙ୍କ ସହ ପ୍ରତିଦିନ ଫୋନରେ କଥା ହୁଅନ୍ତି ନାଟେଶ୍ବର । ତେବେ ଗୁରୁବାର ଦୀର୍ଘ ସମୟ ଧରି ଫୋନ ନଆସିବାରୁ ବଡ଼ ଝିଅ ଫୋନ୍ କରିଥିଲେ ।
/kanak/media/media_files/2025/08/16/6-2025-08-16-08-03-20.jpg)