କନକ ବ୍ୟୁରୋ: ଘଞ୍ଚ ଜଙ୍ଗଲରୁ ମିଳିଲା ଭାରତୀୟ ଯବାନଙ୍କ ମୃତଶରୀର । ଯବାନଙ୍କ ନାଁ ହିଲାଲ ଅହମଦ ଭଟ୍ଟ । ଗତକାଲି ଜାମ୍ମୁ-କାଶ୍ମୀରରେ ଯବାନଙ୍କୁ ଅପହରଣ କରିଥିଲେ ଆତଙ୍କବାଦୀ । ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ । ଜଣେ ଯବାନ କୌଶଳକ୍ରମେ ଖସି ପଳାଇବାରେ ସଫଳ ହୋଇଥିବାବେଳେ ଅନ୍ୟଜଣଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। । ଯବାନଙ୍କୁ ଉଦ୍ଧାର କରିବା ପାଇଁ ୨୪ ଘଣ୍ଟା ଧରି ସେନାର ସର୍ଚ୍ଚ ଅପରେସନ୍ ଚାଲିଥିଲା ।
୨୦୨୦ରେ ସମାନ ଢଙ୍ଗରେ ଜଣେ ଟେରିଟୋରିଆଲ ଆର୍ମୀ ଯବାନଙ୍କୁ ଅପହରଣ କରି ନେଇଥିଲେ ଆତଙ୍କୀ । ଘଟଣାର ୫ ଦିନ ପରେ ପରିବାର ଲୋକଙ୍କୁ ଯବାନଙ୍କ ପୋଷାକ ମିଳିଥିଲା । ଏକ ବର୍ଷ ପରେ ମିଳିଥିଲା ଉକ୍ତ ଯବାନଙ୍କ ମୃତଦେହ । ଏବେ ସେହିପରି ଭାବେ ଯବାନଙ୍କୁ ଉଠାଇ ନେଇଥିଲେ ଆତଙ୍କୀ । ଗତ କିଛି ଦିନ ହେବ ଆତଙ୍କୀ ନିପାତ ଅଭିଯାନ ଚଳାଇଛି ଭାରତୀୟ ସେନା । ଖୋଜି ଖୋଜି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଉଛି । ୫ ଦିନ ତଳେ କୁପୱାଡା ଜିଲ୍ଲାରେ ସେନାର ସର୍ଚ୍ଚ ଅପରେସନ୍ ବେଳେ ନିପାତ ହୋଇଥିଲେ ୨ ଆତଙ୍କବାଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/9C5fp3WTRn7F0INHjdf4.jpg)