କନକ ବ୍ୟୁରୋ:  ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵତୀୟ ବିବାହ କରୁଥିବା ସମୟ ରେ ସ୍ୱାମୀ ଙ୍କୁ ବେଦୀରୁ ଉଠାଇଲା ଆଣିଲା ପୋଲିସ । ଜଣେ ବିବାହିତା ମହିଳା ତାଙ୍କର ୧୬ ବର୍ଷିଆ ପୁଅ ସହିତ ହାତରେ ଏକ ବିବାହ କାର୍ଡ ନେଇ ଥାନା ସମ୍ମୁଖରେ ଧାରଣା ଦେଇଥିଲେ ପ୍ରଥମ ପତ୍ନୀ । ଆଉ ଅଭିଯୋଗ ପରେ ଆକ୍ସନ ମୋଡରେ କୋରାପୁଟ ବୋରିଗୁମ୍ମା ପୋଲିସ । 

Advertisment

ଅଭିଯୋଗକାରିଣୀ ମହିଳା ଓ ତାଙ୍କ ପୁଅକୁ ନେଇ ପୋଲିସ ପହଞ୍ଚିଲା ଦୁଲାଗୁଡା ଗାଁରେ। ଶଙ୍ଖ, ମହୁରୀ ବାଜା ବାଇଦ ସହ ଚାଲିଥିଲା ବାହାଘର। ଆଉ ହଠାତ୍ ପୋଲିସ ଗାଡ଼ିକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଗ୍ରାମବାସୀ। କେହି କିଛି ବୁଝିବା ଆଗରୁ ବେଦୀରୁ ବରକୁ ଉଠାଇ ଆଣିଥିଲା ପୋଲିସ। ଅଭିଯୋଗ ଅନୁସାରେ, ବୋରିଗୁମା ଅଞ୍ଚଳର ଯମୁନା ସମରଥ  ଗତ ୨୮ ତାରିଖରେ ବୋରିଗୁମ୍ମା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ତାଙ୍କ ସ୍ବାମୀ ବିପିନ ସମରଥ ୧୭ ବର୍ଷ ତଳେ ତାଙ୍କୁ ପ୍ରେମ  ବିବାହ କରିଥିଲେ । ଆଉ ତାଙ୍କର ଏକ ୧୬ ବର୍ଷର ପୁଅ ଅଛି । ସେ +୨ ରେ ପାଠ ପଢୁଛି। ହେଲେ ସ୍ତ୍ରୀ ଓ ପୁଅକୁ ଛାଡ଼ି ସ୍ବାମୀ ବିପିନ ସମରଥମ ଦ୍ୱାତୀୟ  ବିଭାହ କରୁଥିଲେ। ଅଭିଯୋଗ ଆଧାରରେ ପୋଲିସ ବିପିନକୁ ବେଦୀ ରୁ ଉଠାଇ ଆଣିଛି ।