କନକ ବ୍ୟୁରୋ : ଜୁନ ୧୨ ତାରିଖ । ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢ଼ିଲା ଭାରତୀୟ ଜନତା ପାର୍ଟି । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ୧୦୦ ଦିନିଆ କାର୍ଯ୍ୟକ୍ରମ ହାତକୁ ନିଆଗଲା । ଆଗାମୀ ୧୯ ତାରିଖରେ ମୋହନ ସରକାର ଶହେଦିନ ପୂରଣ କରିବାକୁ ଯାଉଛି । ତେଣୁ ପ୍ରଥମ ୧୦୦ ଦିନରେ କଣ ସବୁ ପ୍ରତିଶ୍ରୁତି ପାଳନ କରାଯାଇଛି ସେନେଇ ତାଲିକା ପ୍ରସ୍ତୁତ କରିଛନ୍ତି ସରକାର । ଏହାକୁ ରିପୋର୍ଟକାର୍ଡ ଆକାରରେ ଲୋକଙ୍କ ଆଗରେ ରଖିବାକୁ ଯାଉଛନ୍ତି ।
୧୦୦ ଦିନର ସଫଳତା
ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ନେଇ ପ୍ରଥମ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିଲା
ରତ୍ନଭଣ୍ଡାର ଖୋଲିବାକୁ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିଛି ଶ୍ରୀମନ୍ଦିର ପ୍ରଶାସନ
ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଧାନର ଏମଏସପି ୩୧ ଶହ ଟଙ୍କା ଘୋଷଣା ହୋଇଛି, ଆଗାମୀ ଖରିଫ ଋତୁରେ ମିଳିବ
୧୦୦ ଦିନ ପୂର୍ତ୍ତିକୁ ବଡ଼ଧରଣରେ ପାଳନ କରିବାକୁ ଯୋଜନା ହୋଇଛି । ପୁରୀ ଶରଧାବାଲିରେ ୧୯ ତାରିଖରେ ଏହି କାର୍ଯ୍ୟକ୍ରମ ହେବ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ୪ ଦିନ ଧରି ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ପାଳନ କରିବାକୁ ସରକାର ସ୍ଥିର କରିଛନ୍ତି ।
୧୦୦ ଦିନ ପୂର୍ତ୍ତି କାର୍ଯ୍ୟକ୍ରମ
ମନ୍ତ୍ରୀମାନଙ୍କୁ ଦୁଇଟି ଲେଖାଏ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକ୍ରମର ମଙ୍ଗ ଧରିବାକୁ କୁହାଯାଇଛି
ବିଧାୟକମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ନିର୍ଦ୍ଦେଶ ରହିଛି
ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରି ସରକାରଙ୍କ ରିପୋର୍ଟକାର୍ଡ ଦେବାକୁ କୁହାଯାଇଛି
ପୁରୀରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ମୋଦୀ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ମଧ୍ୟ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/ASNFe0BrYieZDJjR70Tu.jpg)