IGKC ହସ୍ପିଟାଲ ପକ୍ଷରୁ ବିଶାଳ ୱାକଥନ୍ ଆୟୋଜିତ । ହୃଦରୋଗ ସମ୍ପର୍କରେ କରିବ ସଚେତନ

Advertisment

ଆଇଜିକେସି ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଛି । ଏହି ଅବସରରେ ଏକ ୱାକଥନର ଆୟୋଜନ କରାଯାଇଥିଲା । ଏଥିରେ ଆଇଜିକେସି ହସ୍ପିଟାଲର ଡାକ୍ତର, ନର୍ସ, କର୍ମଚାରୀଙ୍କ ସମେତ ୨୦୦ରୁ ଉର୍ଦ୍ଧ ସାଧାରଣ ଲୋକମାନେ ଯୋଗଦାନ କରିଥିଲେ ।

ଆଇଜିକେସି ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଛି । ଏହି ଅବସରରେ ଏକ ୱାକଥନର ଆୟୋଜନ କରାଯାଇଥିଲା । ଏଥିରେ ଆଇଜିକେସି ହସ୍ପିଟାଲର ଡାକ୍ତର, ନର୍ସ, କର୍ମଚାରୀଙ୍କ ସମେତ ୨୦୦ରୁ ଉର୍ଦ୍ଧ ସାଧାରଣ ଲୋକମାନେ ଯୋଗଦାନ କରିଥିଲେ ।

AAA

କନକ ବ୍ୟୁରୋ:  ଆଇଜିକେସି ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଛି । ଏହି ଅବସରରେ ଏକ ୱାକଥନର ଆୟୋଜନ କରାଯାଇଥିଲା । ଏଥିରେ ଆଇଜିକେସି ହସ୍ପିଟାଲର ଡାକ୍ତର, ନର୍ସ, କର୍ମଚାରୀଙ୍କ ସମେତ ୨୦୦ରୁ ଉର୍ଦ୍ଧ ସାଧାରଣ ଲୋକମାନେ ଯୋଗଦାନ କରିଥିଲେ । ଲୋକଙ୍କୁ ବିଭିନ୍ନ ପ୍ରକାରର ହୃଦରୋଗର କାରଣ, ଲକ୍ଷଣ ଏବଂ ଚିକିତ୍ସା ପଦ୍ଧତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ବିଶାଳ ୱାକଥନର ଆୟୋଜନ କରାଯାଇଥିଲା । ଆମ କିଭଳି ସୁସ୍ଥ ରଖିବା ସହିତ ହାର୍ଟକୁ ସୁସ୍ଥ ରଖିବା ସେ ସମ୍ପର୍କିତ ବାର୍ତ୍ତା ପ୍ଲାଗ୍ କାର୍ଡରେ ଧରି ଏହି ୱାକଥନରେ ଯାଇଥିଲେ ।

ଏହି ଜନସେଚତନା ୱାକାଥନକୁ ବରିଷ୍ଟ ନାଗରିକ କ୍ଲବର କାର୍ଯକାରୀ ସମ୍ପାଦକ ଯୁଗଳ କିଶୋର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ଆଇଜିକେସି ହସ୍ପିଟାଲର ଚେୟାରମ୍ୟାନ୍ ଡାକ୍ତର ସୁବୋଧ ଦାଶ ଏବଂ ସମ୍ମାନୀୟ ଅତିଥି ଭାବରେ ଆଇଜିକେସି ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ପ୍ରକାଶ ଚନ୍ଦ୍ର ଦଳେଇ ଯୋଗ ଦେଇଥିଲେ ।

ଏହି ଅବସରରେ ଯୁଗଳ କିଶୋର ସାହୁ ବରିଷ୍ଠ ନାଗରିକ ମାନଙ୍କୁ ହୃଦରୋଗ ସମ୍ପର୍କରେ ସଚେତନ କରାଇବା ସହିତ ନିୟମିତ ହାର୍ଟ ଚେକ୍ ଓ ସନ୍ତୁଳି ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେଇଥିଲେ  । ଏହି ଅବସରରେ ଡାକ୍ତର ସୁବୋଧ ଦାଶ ବିଶ୍ୱ ହୃଦୟ ଦିବସର ଗୁରୁତ୍ୱ ବିଷୟରେ ଅଲୋଚନା କରିବା ସହିତ ଆମେ କିଭଳି ନିଜ ହୃଦୟ ଯତ୍ନ ନେଇ ପାରିବା ସେ ସମ୍ପର୍କରେ କହିଥିଲେ ।

ଡାକ୍ତର ପ୍ରକାଶ ଚନ୍ଦ୍ର ଦଳେଇ ଆମର ଖାଦ୍ୟପେୟ ଓ ଜୀବନଶୈଳୀ କିଭଳି ହୃଦରୋଗର କାରଣ ହେଉଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଜିକେସି ହସ୍ପିଟାଲର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର କୁମାର ଗୈରବ, ଡାକ୍ତର ସିଲ୍ପା ଏବଂ ବରିଷ୍ଠ ହୃଦଶଲ୍ୟ ବିଶେଷଜ୍ଞ ବୈରିୟନ୍ ସ୍ୱାଇଁ ଲୋକ ମାନଙ୍କୁ ବିଭିନ୍ନ ପ୍ରକାର ହୃଦରୋଗର କାରଣ ଲକ୍ଷଣ ଓ ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ନିୟମିତ ବ୍ୟବଧାନରେ ଡାକ୍ତରୀ ପରୀକ୍ଷା ଓ ଡାକ୍ତରଙ୍କ ପରାମର୍ଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe