କନକ ବ୍ୟୁରୋ : ଜୀବନ ଯୁଦ୍ଧରେ ହାରିଗଲେ ହ୍ୟୁମାନ ସାଗର । ହସ୍ପିଟାଲ ବେଡରେ ଆଖି ବୁଜିଦେଲେ ଓଡ଼ିଶାର ଅରିଜିତ ସିଂ । କିଡନି ଓ ଲିଭର ଜନିତ ରୋଗରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ହ୍ୟୁମାନ ଆଜି ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି, ଆଧୁନିକ ଓଡ଼ିଆ ସଂଗୀତ ଜଗତ ହ୍ୟୁମାନଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛି ।
ଗତ କିଛି ମାସ ହେବ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ ହ୍ୟୁମାନ । କଟକର ଏକ ଘରୋଇ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେଉଥିଲେ ବି ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେଉନଥିଲା । ଗତ ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏପରିକି ଭେଣ୍ଟିଲେଟର୍ ସହାୟତାରେ ମଧ୍ୟ ରଖାଯାଇଥିଲା । ଡାକ୍ତରଙ୍କ ସତଚେଷ୍ଟା ପରେ ବି ହ୍ୟୁମାନ୍ ଅଫେରା ରାଇଜକୁ ଚାଲିଯାଇଛନ୍ତି, ଆଉ ସମସ୍ତଙ୍କ ଆଖିକୁ ଭିଜେଇ ଦେଇଯାଇ ଚିନନିଦ୍ରାରେ ଶୋଇ ପଡିଛନ୍ତି ଭଏସ ଅଫ ଓଡ଼ିଶାର ଭର୍ସାଟାଇଲ ସିଙ୍ଗର ।
ଅଧିକ ପଢ଼ନ୍ତୁ : ଓଲିଉଡ୍ ଜଗତକୁ ଶକ୍ତ ଝଟକା; ଆଖି ବୁଜିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
ସତରେ ବଲିଉଡ ଭଳି ଓଲିଉଡକୁ ବି କାହା ନଜର ଲାଗିଗଲା କେଜାଣି ! ମାତ୍ର ୩୪ ବର୍ଷର ଯୁବ ଗାୟକ ହ୍ୟୁମାନ ନିଜ ମେଲୋଡିୟସ ସ୍ୱରରେ ମତୁଆଲା କରୁଥିଲେ । ଖାସ କରି ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମରେ ଅନେକ ରୋମାଣ୍ଟିକ ଗୀତ ଗାଇ ସେ ଘରେ ଘରେ ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ ହ୍ୟୁମାନ । ଏଵେ ହ୍ୟୁମାନଙ୍କୁ ହରାଇ ପୂରା ଭାଙ୍ଗି ପଡିଛି ଓଡ଼ିଆ ସଂଗୀତ ଜଗତ । ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/17/human-sagar-is-no-more-2025-11-17-22-07-51.jpg)