ଲୁଚା ଛପାରେ ଚାଲିଛି ବାଣ ତିଆରି ; ବେଆଇନ ବାଣ କାରବାରର ପେଣ୍ଠସ୍ଥଳୀ ଶିବକାଶୀ ନଳବଣ୍ଟା ଗାଁ

ଆଗକୁ ଦୀପାବଳି ଆସୁଛି । ତେଣୁ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ପାଇଁ ବେପାରୀ ଅଣ୍ଟା ଭିଡ଼ିଲେଣି। ବର୍ଷ ବର୍ଷ ଧରି ନଳବଣ୍ଟା ଗାଁରେ ବେଆଇନ ଭାବେ ବାଣ ତିଆରି ଓ ବିକ୍ରି ହୋଇଆସୁଥିବା ବେଳେ ପୁଲିସ ପ୍ରଶାସନ ଅଙ୍କୁଶ ଲଗାଇବାରେ ଫେଲ୍‌ ମାରିଛି ।

7

କନକ ବ୍ୟୁରୋ : ଲୁଚା ଛପାରେ ଚାଲିଛି ବାଣ ତିଆରି କାମ । ବାରୁଦ ଗଦାରେ ପରିଣତ ହୋଇଛି ଗଞ୍ଜାମ ଜିଲ୍ଲାର ଶିବକାଶୀ ଭାବେ ପରିଚିତ ନଳବଣ୍ଟା ଗାଁ । ଆଗକୁ ଦୀପାବଳି ଆସୁଛି । ତେଣୁ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ପାଇଁ ବେପାରୀ ଅଣ୍ଟା ଭିଡ଼ିଲେଣି। ବର୍ଷ ବର୍ଷ ଧରି ନଳବଣ୍ଟା ଗାଁରେ ବେଆଇନ ଭାବେ ବାଣ ତିଆରି ଓ ବିକ୍ରି ହୋଇଆସୁଥିବା ବେଳେ ପୁଲିସ ପ୍ରଶାସନ ଅଙ୍କୁଶ ଲଗାଇବାରେ ଫେଲ୍‌ ମାରିଛି । ସ୍ଥିତି ଏମିତି ଯେ ନଳବଣ୍ଟା ଗାଁରେ ବେଆଇନ ବାଣ ତିଆରି କରିବା ଏକ କୁଟୀରଶିଳ୍ପରେ ପରିଣତ ହୋଇଯାଇଛି।  ଆଶ୍ଚର୍ଯ୍ୟକର କଥା ହେଉଛି, ବାଣ ପ୍ରସ୍ତୁତି ଭଳି ବିପଜ୍ଜନକ କାର୍ଯ୍ୟରେ ମହିଳା ଏବଂ ନାବାଳକମାନେ ମଧ୍ୟ ନିୟୋଜିତ ହେଉଛନ୍ତି ।

ଗଞ୍ଜାମର ଶିବକାଶୀ ନଳବଣ୍ଟା ଗାଁ 

ବେଆଇନ ବାଣ କାରବାରର ପେଣ୍ଠସ୍ଥଳୀ  
ଦୀପାବଳି ପାଇଁ ଜୋରସୋରରେ ଚାଲିଛି ବେଆଇନ ବାଣ ତିଆରି 
ଗାଁର ଅଧିକାଂଶ ପରିବାରରେ ତିଆରି ହେଉଛି ବେଆଇନ ବାଣ
ବାହାରୁ ବେଆଇନ ଭାବେ ବାରୁଦ ଓ ରାସାୟନିକ ସାମଗ୍ରୀ ଆଣି ଗଚ୍ଛିତ ରଖିଥାନ୍ତି 
ନଦୀକୂଳ, ବିଲରେ ଅସ୍ଥାୟୀ କୁଡ଼ିଆ କରି ବାଣ ତିଆରି କରନ୍ତି 
ତାଳପତ୍ର ଓ ସୂତା ପେପର୍ ସଂଗ୍ରହ କରି ବନ୍ଦ କୋଠରୀରେ ବାଣ ତିଆରି ହୁଏ 
ବିପୁଳ ବାରୁଦ ମହଜୁଦ ରହୁଥିବାରୁ ପୂରା ଗାଁ ପାଇଁ ବିପଜ୍ଜନକ 
ପୂର୍ବରୁ ବାଣ ବିସ୍ଫୋରଣରେ ଗାଁରେ ବହୁ ଧନଜୀବନ କ୍ଷତି ହୋଇଥିବାର ନଜିର ଅଛି 
ଦୀପାବଳି ପାଖେଇ ଆସିବାରୁ ପୁଣି ବେପାରୀମାନେ ବାଣ ତିଆରିରେ ଲାଗିଲେଣି 
ବେଆଇନ ବାଣ ପ୍ରସ୍ତୁତି ଯୋଗୁଁ ସାଧାରଣ ଜନତା ସୁରକ୍ଷିତ ମଣୁନାହାନ୍ତି  
ଗତବର୍ଷ ନଳବଣ୍ଟା ଗାଁରୁ କୋଟି କୋଟି ଟଙ୍କାର ବାଣ ଓ ବାରୁଦ ଜବତ କରିଥିଲା ପୁଲିସ 
ଗତ ୨୪ ତାରିଖରେ ଆସିକା ପୁଲିସ ନଳବଣ୍ଟା ଗାଁରେ ଚଢ଼ାଉ କରିଥିଲା  
ଲକ୍ଷାଧିକ ଟଙ୍କାର ବାଣ, ବାରୁଦ ସହ ଦୁଇଟି ଗାଡ଼ି ଜବତ ହୋଇଛି 
ପ୍ରତିବର୍ଷ ଚଢ଼ାଉ ଧରପଗଡ଼ ସତ୍ତ୍ବେ ବାଣ ତିଆରିରେ ଅଙ୍କୁଶ ଲାଗିପାରୁନି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe