କନକ ବ୍ୟୁରୋ : ଅନ୍ଲାଇନ୍ ଗେମ୍ରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା । ଲୋକସଭାରେ ଆଗତ ହେଲା ଅନ୍ଲାଇନ୍ ଗେମିଂ ବିଲ୍-୨୦୨୫ । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଲୋକସଭାରେ ବିଲ୍ ଆଗତ କରିଛନ୍ତି । ଅନ୍ଲାଇନ୍ ଗେମିଂ ବିଲ୍ ଆଇନ୍ରେ ପରିଣତ ହେଲେ ପ୍ରତ୍ୟେକ ଅନ୍ଲାଇନ୍ ଗେମ୍କୁ ପରିଚାଳିତ କରିବେ କେନ୍ଦ୍ର ସରକାର ।
ଗତକାଲି କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ମଞ୍ଜୁରୀ ଦେଇଛନ୍ତି । ଏଥିରେ ଅନ୍ଲାଇନ୍ ମନି ଗେମିଂ, ବିଜ୍ଞାପନ, ଖେଳିବା ପାଇଁ ପ୍ରବର୍ତାଇଲେ ଜରିମାନା ସହ ୩ବର୍ଷ ଜେଲ୍ ଦଣ୍ଡାଦେଶ କରିବାକୁ ପ୍ରାବଧାନ ରହିଛି । ବିଗତ ଦିନରେ ଦେଖିବାକୁ ମିଳିଛି, ଅନ୍ଲାଇନ୍ ଗେମ୍ରେ ପଡ଼ି ଯୁବପିଢ଼ି ଭୁଲ ବାଟରେ ଯାଉଛନ୍ତି । ଏପରିକି ଅନଲାଇନ୍ ଗେମ୍ ଖେଳି ଲକ୍ଷ ଲକ୍ଷ ଟଙ୍କା ହରାଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଆଉ ଏବେ ଏହି ବିଲ୍ ପାସ୍ ହେଲେ ଅନଲାଇନ୍ ଗେଗ୍ କବଳରୁ ଛୋଟ ପିଲାଙ୍କୁ ବଞ୍ଚାଯାଇ ପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/20/29-2025-08-20-13-59-22.jpg)