ଉଚ୍ଚଶିକ୍ଷିତା ପତ୍ନୀ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବେନାହିଁ ; ଏକ ଛାଡପତ୍ର ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତି

ଯଦି ସ୍ତ୍ରୀ ଉଚ୍ଚଶିକ୍ଷିତା ଏବଂ ରୋଜଗାରକ୍ଷମ ହେବାକୁ ସକ୍ଷମ ଥାନ୍ତି ସେ କ୍ଷେତ୍ରରେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବାକୁ କୋର୍ଟ ଗ୍ରହଣ କରିପାରିବ ନାହିଁ ବୋଲି ଶୁଣାଇଛନ୍ତି ହାଇକୋର୍ଟ । 

orissa-high-court

orissa-high-court Photograph: (kanakNews)

କନକ ବ୍ୟୁରୋ: ଦିନକୁ ଦିନ ଆମ ସମାଜରେ ଛାଡପତ୍ର ମାମଲା ବଢିବଢି ଚାଲିଛି । ତେବେ ଏକ ଛାଡପତ୍ର ମାମଲାର ବିଚାର କ୍ରମରେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି । ଯଦି ସ୍ତ୍ରୀ ଉଚ୍ଚଶିକ୍ଷିତା ଏବଂ ରୋଜଗାରକ୍ଷମ ହେବାକୁ ସକ୍ଷମ ଥାନ୍ତି ସେ କ୍ଷେତ୍ରରେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିପାରିବାକୁ କୋର୍ଟ ଗ୍ରହଣ କରିପାରିବ ନାହିଁ ବୋଲି ଶୁଣାଇଛନ୍ତି ହାଇକୋର୍ଟ । 

ରାଉରକେଲାର ଏକ ଛାଡପତ୍ର ମାମଲାରେ ସୁନ୍ଦରଗଡ ଫ୍ୟାମିଲି କୋର୍ଟ ସମ୍ପୃକ୍ତ ମହିଳାଙ୍କୁ ମାସିକ ୮ ହଜାର ଟଙ୍କା ଭରଣପୋଷଣ ଦେବାକୁ ସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବ୍ୟକ୍ତି । ଏବଂ ଏଥିପାଇଁ ସେ ସମର୍ଥ ନୁହଁନ୍ତି । ତାଙ୍କ ଉପରେ ତାଙ୍କ ମା’ ଓ ଅନ୍ୟମାନେ ନିର୍ଭରଶୀଳ ଦର୍ଶାଇ ନିର୍ଦ୍ଧାରିତ ପରିମାଣର ଭରଣପୋଷଣ ଦେବାକୁ ଅସମର୍ଥ ବୋଲି ଦର୍ଶଶଇ ହାଇକୋର୍ଟରେ ବିଚାର କରିବାକୁ ଆବେଦନ କରିଥିଲେ। ଏବଂ ଏହାର ବିଚାର କରିଥିଲେ କୋର୍ଟ । ୮ ହଜାର ଟଙ୍କାକୁ ୫ ହଜାର ଟଙ୍କାକୁ ହ୍ରାସ କରିବା ସହ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିଲେ । ଯଦି , କୌଣସି ମହିଳା ଉଚ୍ଚଶିକ୍ଷିତା ଏବଂ ଚାକିରି କରିବାକୁ ଯୋଗ୍ୟ ସେ କ୍ଷେତ୍ରରେ ତାଙ୍କ ମାସିକ ଭରଣପୋଷଣ ଦାବିକୁ କୋର୍ଟ ଗ୍ରହଣ କରିପାରିବେ ନାହିଁ। ଅନ୍ୟଅର୍ଥରେ ଉକ୍ତ ମହିଳା ମାସିକ ଭରଣପୋଷଣ ଦାବି କରିପାରିବେ ନାହିଁ ବୋଲି କୋର୍ଟ ଶୁଣାଣି କରିଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe