ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ୟ ,ଲେଡିଜ ହଷ୍ଟେଲ ବାଥରୁମରୁ ମିଳିଲା ଗୁପ୍ତ କ୍ୟାମେରା । ଆନ୍ଦୋଳନକୁ ଓହ୍ଲାଇଲେ କ୍ରିଷ୍ଣା ଇଂଜିନିୟରିଂ କଲେଜର ଛାତ୍ରୀ

Advertisment

ଆନ୍ଧ୍ରରେ ଚାଞ୍ଚଲ୍ୟ। ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ କ୍ୟାମେରା। ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଥିବା ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ଥିବା ଏସଆର ଗୁଡଲାଭଲ୍ଲେରୁ ଇଂଜିନିୟରିଂ କଲେଜ ହଷ୍ଟେଲରୁ ଗୁପ୍ତ କ୍ୟାମେରା ଠାବ ହୋଇଛି।

ଆନ୍ଧ୍ରରେ ଚାଞ୍ଚଲ୍ୟ। ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ କ୍ୟାମେରା। ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଥିବା ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ଥିବା ଏସଆର ଗୁଡଲାଭଲ୍ଲେରୁ ଇଂଜିନିୟରିଂ କଲେଜ ହଷ୍ଟେଲରୁ ଗୁପ୍ତ କ୍ୟାମେରା ଠାବ ହୋଇଛି।

andrapradesh

କନକବ୍ୟୁରୋ: ଆନ୍ଧ୍ରରେ ଚାଞ୍ଚଲ୍ୟ। ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ କ୍ୟାମେରା। ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଥିବା ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ଥିବା ଏସଆର ଗୁଡଲାଭଲ୍ଲେରୁ ଇଂଜିନିୟରିଂ କଲେଜ ହଷ୍ଟେଲରୁ ଗୁପ୍ତ କ୍ୟାମେରା ଠାବ ହୋଇଛି। ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇ ଆପତ୍ତିଜନକ ଫଟୋ, ଭିଡିଓ ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇଛି। ୩ଶହରୁ ଅଧିକ ଆପତ୍ତିଜନକ ଫଟୋ, ଭିଡିଓ ସଂଗ୍ରହ କରି ଏହାକୁ ବିକ୍ରି କରାଯାଇଛି।

ଇଞ୍ଜିନିୟରିଂ କଲେଜର ଜଣେ ବି.ଟେକ୍‌ ଛାତ୍ର ଗୁପ୍ତ କ୍ୟାମେରା ଖଂଜିଥିବା ଅଭିଯୋଗରେ ଗିରଫ ହୋଇଛି। ଗୁପ୍ତ କ୍ୟାମେରା ଲଗାଇ ଫଟୋ, ଭିଡିଓ ସଂଗ୍ରହ କରି ଏହାକୁ ବିକ୍ରି କରିଥିଲା ଅଭିଯୁକ୍ତ ଛାତ୍ର। କଲେଜ ଏବଂ କଲେଜ ବାହାରର କିଛି ଛାତ୍ରଙ୍କୁ ଫଟୋ, ଭିଡିଓ ବିକ୍ରି କରାଯାଇଥିବା ଜଣାପଡ଼ିଛି। ଘଟଣା ସଂପର୍କରେ ଜଣାପଡ଼ିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଛାତ୍ରଛାତ୍ରୀ। ଏପରି ଘଟଣାକୁ ନେଇ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି। ଏବଂ ସୁରକ୍ଷା ଯୋଗାଇଦେବାକୁ ଦାବି କରିଛନ୍ତି। ସଂପୃକ୍ତ ଛାତ୍ରକୁ ଗିରଫ ସହ ତଦନ୍ତ ଜାରି ରଖିଛି ଆନ୍ଧ୍ର ପୋଲିସ। ଲେଡିଜ ହଷ୍ଟେଲରେ ଥିବା ବାଥରୁମରେ ଗୁରୁବାର ରାତିରେ କିଛି ଛାତ୍ରୀ ଏକ ଗୁପ୍ତ କ୍ୟାମେରା ଠାବ କରିଥିଲେ। ଏହାପରେ ସାରା ରାତି ପ୍ରତିବାଦ କରିଥିଲେ। ଆମକୁ ନ୍ୟାୟ ଦରକାର ନାରା ଦେଇ ରାତି ତମାମ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe