କନକ ବ୍ୟୁରୋ : ସ୍କୁଲ କାନ୍ଥ ଭାଙ୍ଗି ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ଓ ଅଣ୍ଡା ଖାଇଗଲେ ହାତୀପଲ । କେନ୍ଦୁଝର ସଦର ବନଖଣ୍ଡ ଅଧୀନ ଆମ୍ବଡହରା ବିଦ୍ୟାଳୟରେ ଗତକାଲି ରାତିରେ ୨୦ ଟିକିଆ ହାତୀପଲ ଏଭଳି କାଣ୍ଡ ଘଟାଇଛନ୍ତି । ଗତ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ହାତୀପଲ ଘୂରି ବୁଲୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଇଛନ୍ତି। ଅଣ୍ଡା ଚାଉଳ ଥିବା ସ୍କୁଲ ଘର କାନ୍ଥ ଓ ଗ୍ରୀଲ ଭାଙ୍ଗି ଚାଉଳ ଖାଇଯାଇଥିବା ବେଳେ ଅଣ୍ଡା ଗୁଡ଼ିକୁ ଦଳିଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି ।
କେନ୍ଦୁଝରରେ ହାତୀ ଆତଙ୍କ ନୂଆ କଥା ନୁହେଁ । ଏଠାରେ ଅଧିକାଂଶ ସମୟରେ ହାତୀ ପଲ୍ଲ ଜଙ୍ଗଲ ଛାଡି ଗାଁମୁହାଁ ହେଉଛନ୍ତି । ବିଲରେ ପଶି ଫସଲ ନଷ୍ଟ କରିବା ସହ ଲୋକଙ୍କ ଘରଦ୍ବାର ଭାଙ୍ଗି ଦେଉଛନ୍ତି । ହାତୀପଲକୁ ଘଉଡାଇବାକୁ ନୟାନ୍ତ ହେଉଛନ୍ତି ବନବିଭାଗ କର୍ମଚାରୀ । ଏବେ ଖରାଦିନେ ତାତି ଅସହ୍ୟ ହେଥିବାବେଳେ ଜଙ୍ଗଲ ଭିତରେ ଜଳାଶୟର ଅଭାବ ସହ ଖାଦ୍ୟାଭାବ ଯୋଗୁଁ ହାତୀପଲ ଲୋକବସତି ଆଡକୁ ମାଡିଆସି କ୍ଷୟକ୍ଷତି ଘଟାଉଥିବାବେଳେ ଏହି ସମସ୍ୟାର ସମାଧାନର ବାଟ ଖୋଲୁନି । ଫଳରେ ବିନା କାରଣରେ ଲୋକେ ହାତୀ ଯୋଗୁଁ ପ୍ରାଣ ହରାଉଥିବା ଦେଖାଯାଉଛି ।
ସ୍କୁଲ କାନ୍ଥ ଭାଙ୍ଗି ପଶିଲେ ହାତୀ ; ଖାଇଗଲେ ଅଣ୍ଡା, ଚାଉଳ
କେନ୍ଦୁଝରରେ ହାତୀଙ୍କ ଉପଦ୍ରବ । ସ୍କୁଲ ଭିତରେ ପଶି ଖାଇଗଲେ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅଣ୍ଡା ୨୦ ଟିକିଆ ହାତୀ ପଲ୍ଲ ଚଳାଇଛନ୍ତି ଉତ୍ପାତ ।
/kanak/media/media_files/2025/03/21/TPzwxM5bxKPa1s160cxd.jpg)