କନକ ବ୍ୟୁରୋ : ଆରପାରିକୁ ଚାଲିଗଲା ଘରର ରୋଜଗାରିଆ ପୁଅ । ପରିବାର ଆଖିରୁ ଶୁଖୁନି ଲୁହ । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ବେଳେ ଏବେ ଘର କେମିତି ଚଳିବ ସେ ନେଇ ଚିନ୍ତାରେ ପଡ଼ିଯାଇଛି ପରିବାର । ସବୁଠୁ ବଡ଼ କଥା ହେଲା ଏବେ ଶୁଦ୍ଧିକ୍ରିୟା କେମିତି ହେବ? କୋହଭରା କଣ୍ଠରେ କାନ୍ଦୁଛି ପୂରା ପରିବାର । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପକ୍ଷୋଟ ଗାଁର ତ୍ରିଲୋଚନ ଦାସଙ୍କ ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ରୋଜଗାରିଆ ପୁଅର ଚିକିତ୍ସାରେ ଯାହା କିଛି ଅର୍ଥ ଥିଲା ଶେଷ ହୋଇଯାଇଛି । ଏବେ ପୁଅ ନାହିଁ ପାଖରେ ଅର୍ଥ ବି ନାହିଁ । କିଭଳି ହେବ ଶୁଦ୍ଧିକ୍ରିୟା, ସେ ନେଇ କିଛି ସାହାଯ୍ୟ ଅପେକ୍ଷାରେ ରହିଛନ୍ତି ଅସହାୟ ପରିବାର । 
ପୁଅ ଚାଲିଯିବା ପରେ ପରିବାରରେ ଦୁଃଖ । ମାନସିକ ଭାରସାମ୍ୟ ହରାଇଛନ୍ତି ପତ୍ନୀ । ପରିସ୍ଥିତି ଏପରି ହୋଇଛି ଦୁଇ ଓଳି ଦୁଇମୁଠା ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି । ପିଲାଙ୍କ ପାଠପଢ଼ା ସହ ରୋଗିଣା ମା’ର ଚିକିତ୍ସା ପାଇଁ କାଣୀ କଉଡ଼ିଟିଏ ନାହିଁ । ମୁଣ୍ଡ ଗୁଞ୍ଜିଥିବା ଘରଟି ରକ୍ଷଣାବେକ୍ଷଣ ଅଭାବରୁ କାନ୍ଥ ପଡ଼ିଯିବା ସହିତ ଭାଙ୍ଗିରୁଜି ଗଲାଣି । ଏମିତି ପରିସ୍ଥିତିରେ ସାହାଯ୍ୟ ସହଯୋଗ ଜରୁରୀ ହୋଇପଡ଼ିଛି । 

Advertisment

ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ପରିବାରକୁ ସାହାଯ୍ୟ କରିବାକୁ ଚାହୁଛନ୍ତି ଏହି ଠିକଣାରେ ଯୋଗାଯୋଗ କରିପାରିବେ 
ପ୍ରଭାତୀ ଦାସ
SBI ACCOUNT NO - 41541390612
IFSC CODE - SBIN0008095
AT/PO: Pakshyot
BLOCK: Marsaghai 
DIST- Kendrapara 
PIN - 754210

SHRIKANT DAS
PH PAY NO - 7894837864

ଘରର ରୋଜଗାରିଆ ପୁଅକୁ ହରାଇ ଅସହାୟ ହୋଇପଡିଥିବା ପ୍ରଭାତଙ୍କ ପରିବାରକୁ ସାହାଯ୍ୟ ସହଯୋଗ କରାଯାଇପାରିଲେ ପୂରା ପରିବାର ଉପକୃତ ହୋଇପାରିବେ ।