ମହଙ୍ଗା ହେଲା ରନ୍ଧନ ଗ୍ୟାସ,ଜାଣନ୍ତୁ କେଉଁଠି ରହିଛି କେତେ ଦର ?

Advertisment

ମହଙ୍ଗା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି ଏଲପିଜି ସିଲିଣ୍ତର ଦରରେ ବୃଦ୍ଧି ଘଟିଛି

ମହଙ୍ଗା ହେଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି ଏଲପିଜି ସିଲିଣ୍ତର ଦରରେ ବୃଦ୍ଧି ଘଟିଛି

gas

କନକବ୍ୟୁରୋ:ମାସ ଓ ତାରିଖ ବଦଳିବା ସହିତ ବଦଳିବାକୁ ଯାଉଛି କିଛି ନିୟମ। ଆଜିଠୁ ଦେଶରେ କେତେକ ଗୁରୁତ୍ବପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ଲୋକମାନଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ। କର୍ମସିଆଲ ଗ୍ୟାସ  ଦରଠୁ ଆରମ୍ଭ କରି ଟ୍ୟାକ୍ସ ନିୟମରେ ପରିବର୍ତ୍ତନ ସହିତ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି।

ତେବେ ଜାଣିରଖନ୍ତୁ ଏହାର ସମସ୍ତ ବଦଳିଥିବା ନିୟମ ବିଷୟରେ 

-ବଢିଲା କର୍ମସିଆଲ ଗ୍ୟାସ ଦର
-୧୯ କିଲୋଗ୍ରାମ ସିଲିଣ୍ଡର ଦରରେ ୪୯ ଟଙ୍କା ବୃଦ୍ଧି
-ଆଧାର ନମ୍ବର ସ୍ଥାନରେ ଆଧାର ଏନରୋଲମେଣ୍ଟ୍ ନମ୍ବର ଉଲ୍ଲେଖ କରିବା ସୁବିଧା ବନ୍ଦ ହେବ 
-ଆୟକର ଦାଖଲ ବେଳେ ପାନ୍ କାର୍ଡରେ ଆଧାର ଏନରୋଲମେଣ୍ଟ ଆଇଡି ଦେବାକୁ ପଡ଼ିବନି
-ପିଏଫ, ସୁକନ୍ୟା ସମୃଦ୍ଧି ଭଳି ସ୍ବଳ୍ପ ସଞ୍ଚୟ ସ୍କିମର ନୂତନ ସୁଧହାର ଲାଗୁ ହେବ
-ଆୟ ଉତ୍ସରୁ ଟିକସ ନିୟମରେ ବଜେଟରେ କରାଯାଇଥିବା ପରିବର୍ତ୍ତନ ଲାଗୁ ହେବ
-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଣ୍ଡ୍ ଉପରେ ୧୦ ପ୍ରତିଶତ ଟିଡିଏସ ଲାଗିବ
-ଜୀବନ ବୀମା ପଲିସି, ଘରଭଡା ଆଦି ଉପରେ ଟିଡିଏସ ବଦଳିବ
-ଫ୍ୟୁଚର ଆଣ୍ଡ ଅପସନସ୍ ପାଇଁ ପ୍ରତିଭୂତି କାରବାର ଟିକସରେ ହୋଇଥିବା ବୃଦ୍ଧି ଲାଗୁ ହେବ
-ପ୍ରତ୍ୟକ୍ଷ ଟିକସ ବିବାଦ ସେ ବିଶ୍ବାସ ସ୍କିମ୍ ଆରମ୍ଭ ହେବ
-ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍ କାର୍ଡ, ଏଚଡିଏଫସି ବ୍ୟାଙ୍କର କ୍ରେଡିଟ କାର୍ଡ ଓ ପିଏନବିର ଶୁକ୍ଲରେ କେତେକ ପରିବର୍ତ୍ତନ ଲାଗୁ ହେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe