କନକ ବ୍ୟୁରୋ : ଦୀଘାରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାଁ ନେଉନି । ୪ ଧାମ ମଧ୍ୟରୁ ପୁରୀ ଜଗନ୍ନାଥ ଧାମ ଅନ୍ୟତମ ହୋଇଥିବା ବେଳେ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିବାଦ ସୃଷ୍ଟି କରିଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ଏହି ନାମ ହଟାଇବାକୁ ବାରମ୍ବାର ଅନୁରୋଧ କରାଯାଉଥିବା ବେଳେ ମମତା କିନ୍ତୁ ନିଜ ଜିଦରେ ଅଟଳ ରହିଛନ୍ତି । ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଜଗନ୍ନାଥ ଧାମର ନାମ ପବିତ୍ର ଓ ସ୍ୱତନ୍ତ୍ର । ଏହି ନାମ ପୁରୀ ସହିତ ଜଡିତ ରହିଛି । ଏହି ନାମକୁ ଅନ୍ୟ କୌଣସି ମନ୍ଦିର କିମ୍ବା ସ୍ଥାନ ସହ ଯୋଡିବା ଠିକ ନୁହେଁ । ଏଭଳି କଲେ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଭାବାବେଗ ଆଘାତ ପାଇବ ।