କନକ ବ୍ୟୁରୋ : ୱାକଫ ସଂଶୋଧନ ଆଇନକୁ ପ୍ରବଳ ବିରୋଧ । ୱକଫ୍ ବିଲ ବିରୋଧରେ ଜଳୁଛି ପଶ୍ଚିମବଙ୍ଗର ମୁର୍ଶିଦାବାଦ । ପୋଡାଜଳା, ପୁଲିସ ଗାଡିରେ ନିଆଁ, ନାରାବାଜୀ, ପଥରମାଡ, ଲାଠିଚାର୍ଜ । ଦେଖୁ ଦେଖୁ ଅଣଆୟତ ହୋଇପଡିଥିଲା ପରିସ୍ଥିତି । ମଙ୍ଗଳବାର ୱାକଫ ସଂଶୋଧନ ଆଇନକୁ ବିରୋଧରେ କରି ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ବଡ ଧରଣର ସଂଘର୍ଷ ଦେଖିବାକୁ ମିଳିଛି । ଯାନବାହନ ପୋଡାଜଳା ସହ ଭଙ୍ଗାରୁଜା  । ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଲାଠିମାଡ଼ ପରେ ଉଗ୍ର ହୋଇଥିଲା ପରିସ୍ଥିତି । ରାସ୍ତାରୋକକୁ ବିରୋଧ କରି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ବିକ୍ଷୋଭକାରୀଙ୍କ ସହ ମୁହାଁମୁହିଁ ହୋଇଥିଲା । ମମତା ସରକାରଙ୍କ ଉପରେ ବିଜେପି ତୃଷ୍ଟିକରଣ ରାଜନୀତି ଅଭିଯୋଗ ଆଣି ଜବାବ ମାଗିଛି ।

Advertisment

ମୁର୍ସିବାଦର ହିଂସା ପରେ ଜମ୍ମୁକାଶ୍ମୀର ବିଧାନସଭାରେ ବି ଏହି ବିଲକୁ ନେଇ ତୁମୁଳକାଣ୍ଡ ଦେଖିବାକୁ ମିଳିଛି ।  ଗତ ୩ଦିନ ଧରି ୱାକଫ ସଂଶୋଧନ ଆଇନକୁ ବିରୋଧ କରି ଗୃହ ଚଳାଇ ଦେଉନାହାଁନ୍ତି ବିରୋଧୀ । ଏହା ଭିତରେ ବୁଧବାର ବିଧାନସଭାରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି ।

ହାତାହାତି , ଠେଲାପେଲା ପାଟିତୁଣ୍ଡ ଭିତରେ ଭୟଙ୍କର ହୋଇଛି ବିଧାନସଭା ପରିସରର ପରିସ୍ଥିତି । କଥା ଏତିକିରେ ଅଟକିନି ବରଂ ମୁଥ ମରାମରି ଆଡକୁ ବି ଯାଇଛି । ବିଧାନସଭା ପ୍ରବେଶ ଦ୍ବାର ନିକଟରେ ମିଡିଆକୁ ଆପ୍ ବିଧାୟକ ଗର୍ଜନ କରି ପ୍ରତିକ୍ରିୟା ଦେଉଥିବା ବେଳେ ବିଜେପି ବିଧାୟକଙ୍କ ସହ ମତଭେଦ ଓ ଧସ୍ତାଧସ୍ତି ହୋଇଥିଲେ । ତେବେ ୱାକଫ୍ ଆଇନ କଥା ଉଠାଇ ଆପ ବିଧାୟକ ହିନ୍ଦୁଙ୍କ ଅପମାନ କରିଥିବା ବିଜେପି ଅଭିଯୋଗ କରିଛି ।  ଅନ୍ୟପଟେ ବିଧାନସଭା ଭିତରେ ପିଡିପି, ନ୍ୟାଶନାଲ କନଫେରେନ୍ସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି ।

ଉଭୟ ରାଜ୍ୟସଭା ଓ ଲୋକସଭାରେ ବିଲ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ମୋହର ବାଜି ଆଇନରେ ପରିଣତ ହୋଇଛି । ମଙ୍ଗଳବାରଠୁ ଦେଶରେ ଏହି ନୂଆ ଆଇନ ଲାଗୁ ମଧ୍ୟ ହୋଇସାରିଛି । ଅନ୍ୟପଟେ ୱାକଫ ସଂଶୋଧନ ଆଇନ ପ୍ରତି ବିରୋଧ କମ ହେଉନି । ବିଭିନ୍ନ ରାଜନୈତିକ ଦଳ ଓ ମୁସଲିମ ସଗଂଠନ ବିରୋଧ କରୁଛନ୍ତି । ଯାହାର ତାଜା ଚିତ୍ର ବିଧାନସଭା ଠୁ ନେଇ ରାଜ ରାସ୍ତାରେ ଦେଖିବାକୁ ମିଳୁଛି ।