କନକବ୍ୟୁରୋ : ହରିୟାଣାର ଫରିଦାବାଦରେ ଏକ ଜଘନ୍ୟ କାଣ୍ଡ ଘଟିଛି ।  ଜଣେ ମହିଳାଙ୍କୁ ତାଙ୍କ ଶାଶୂଘରେ  ଶ୍ବଶୁର ଦୁଷ୍କର୍ମ କରିବା ପରେ ହତ୍ୟା କରିଛି ଏବଂ ଘର ବାହା‌ରେ ଏକ ଗାତ ଖୋଳି ପୋତି ଦେଇଛି । ଏହି ଘଟଣାଟି ଗତ ଏପ୍ରିଲ ମାସର । କିନ୍ତୁ ୨ ମାସ ପରେ ଉକ୍ତ ଘଟଣାର ରହସ୍ୟ ଉପରୁ ପରଦା ଉଠିଛି  । ପୀଡ଼ିତା ହେଉଛନ୍ତି ଉତ୍ତରପ୍ରଦେଶ ଫି‌ରୋଜାବାଦ ଜିଲ୍ଲାର। ସେ ୨୦୨୩ ଜୁଲାଇରେ ଫରିଦାବାଦରେ ବିବାହ କରିଥିଲେ ।  ବିବାହର  ୨ ବର୍ଷ ମଧ୍ୟରେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଇଥିଲା ।  ତାଙ୍କୁ ହତ୍ୟା କରି ତାଙ୍କ ଶାଶୂଘର ଆଗରେ ଏକ ୧୦ ଫୁଟ୍‌ ଗାତ ଖୋଳି ‌ପୋତି ଦିଆଯାଇଥିଲା ଏବଂ ଏହା ଉପରେ ଏକ କଂକ୍ରିଟ୍‌ ସ୍ଲାବ୍‌ ପକାଯାଇଥିଲା ।  

Advertisment

ପୁଲିସ ଜେରା ପରେ ମହିଳାଙ୍କ ଶ୍ବଶୁର ନିଜ ଦୋଷ ସ୍ବୀକାର କରିଛି ।   ପୁଲିସ ଅନୁଯାୟୀ ଏପ୍ରିଲ ୧୪ ତାରିଖରେ ମହିଳାଙ୍କୁ ହତ୍ୟା କରିବାର ଯୋଜନା ଚୂଡ଼ାନ୍ତ ହେଲା ।  ଏହି ଯୋଜନା ଅନ୍ତର୍ଗତ ମହିଳାଙ୍କ ଶାଶୂଙ୍କୁ ଉତ୍ତରପ୍ରଦେଶର ଏଟାରେ ଏକ ବିବାହ ଉତ୍ସବରେ ଯୋଗ ଦେବାପାଇଁ ପଠାଗଲା ।  ଏପ୍ରିଲ ୨୧ ତାରିଖ ରାତିରେ ମହିଳାଙ୍କ ସ୍ବାମୀ ଉଭୟ ତାଙ୍କ ପତ୍ନୀ ଏବଂ ଭଉଣୀଙ୍କ ଖାଦ୍ୟରେ ନିଦ ବଟିକା ମିଶାଇ ଦେଇଥିଲେ ।

ସେମାନେ ଖାଇବା ପରେ ପୃଥକ ରୁମ୍‌ରେ ଶୋଇପଡ଼ିଥିଲେ ଏବଂ ସେମାନଙ୍କର ଚେତା ନଥିଲା ।  ମହିଳାଙ୍କ ଶ୍ବଶୁର ସ୍ବୀକାର କରିଛି ଯେ, ବିଳମ୍ବିତ ରାତିରେ ସେ ନିଜ ବୋହୂକୁ ମାରିବାପାଇଁ ଯାଇଥିଲା। କିନ୍ତୁ ବୋହୂକୂ ମାରିବା ପୂର୍ବରୁ ପ୍ରଥମେ ସେ ତାଙ୍କୁ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିଲା ।  ସେ ସମୟରେ ସେ ନିଜ ପୁଅ କିମ୍ବା ସ୍ତ୍ରୀ ଏ ସଂକ୍ରାନ୍ତରେ କିଛି ବି ଖବର ପାଇନଥିଲେ  ।