ସୀମା ଟପିଲେ ସଇତାନ, ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ପୀଡ଼ିତାଙ୍କ ପରିବାର ଗତକାଲି ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରି ପୁରୀ ସଦର ଡାକ୍ତରଖାନାରେ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯାଇଛି ।

rape

rape Photograph: (KanakNews)

କନକ ବ୍ୟୁରୋ : ଗୋପାଳପୁର ବେଳାଭୂମି ଘଟଣାର ପୁନରାବୃତ୍ତି। ପୁରୁଷ ବନ୍ଧୁ ସମ୍ମୁଖରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପୁରୀ ଜିଲ୍ଲା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୀଡ଼ିତାଙ୍କ ପରିବାର ଗତକାଲି ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରି ପୁରୀ ସଦର ଡାକ୍ତରଖାନାରେ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯାଇଛି । ୨ ଦିନ ତଳେ ବାଲିହରଚଣ୍ଡୀଙ୍କ ପୀଠରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । 

ବାଲିହରଚଣ୍ଡୀରେ ଲଜ୍ଜା : 

ପୁଣି ପ୍ରେମିକ ଆଗରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ 
ପୁରୀ ବ୍ରହ୍ମଗିରିର ବାଲିହରଚଣ୍ଡୀରେ ଲଜ୍ଜା 
୨ ଜଣଙ୍କୁ ଉଠାଇ ନେଇ ଚାଲିଛି ତଦନ୍ତ
ଦୁଷ୍କର୍ମ ପରେ ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି
ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି ପୁଲିସ 
ଶନିବାର ମଧ୍ୟାହ୍ଣରେ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ
ବାଲିହରଚଣ୍ଡୀ ପୀଠକୁ ଦର୍ଶନ ପାଇଁ ଯାଇଥିଲେ
ଏହାପରେ ଜଙ୍ଗଲ ଦେଇ ସମୁଦ୍ରକୂଳକୁ ଯାଇଥିଲେ
ଜଙ୍ଗଲରେ ବସି କଥାବାର୍ତ୍ତା ହେଉଥିଲେ
ଚଣ୍ଡିପୁଟ ଗାଁର କାଳିଆ ବେହେରା ଓ ଶିବ ସାହୁ ସେଠାରେ ପହଞ୍ଚିଥିଲେ
ଉଭୟଙ୍କୁ ବ୍ଲାକ୍‌ମେଲିଂ କରିଥିଲେ
ଭୟଭୀତ କରାଇ ୨ ହଜାର ଟଙ୍କା ଛଡ଼ାଇ ନେଇଥିଲେ
ପୀଡ଼ିତାଙ୍କ ବନ୍ଧୁଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ 
ତାଙ୍କ ଆଗରେ କାଳିଆ ଓ ଶିବ ମିଶି ଛାତ୍ରୀଙ୍କୁ ଦୁ‌ଷ୍କର୍ମ କରିଥିଲେ
ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁ କୌଣସିମତେ ହରଚଣ୍ଡୀ ପୀଠ ନିକଟକୁ ଆସିଥିଲେ
ପରେ ଉଭୟ କାଳିଆ ଓ ଶିବ ଅନ୍ୟ ଦୁଇ ସାଙ୍ଗଙ୍କୁ ଡାକି ସଂଘବଦ୍ଧ ଆକ୍ରମଣ କରିଥିଲେ
ଆକ୍ରମଣରେ ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁ ଆହତ ହୋଇଥିଲେ
ପୀଡ଼ିତା ଓ ତାଙ୍କ ପରିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି 
ପୁଲିସ ଏକ ମାମଲା ରୁଜୁ କରି କାଳିଆ ଓ ଶିବକୁ ଉଠାଇ ନେଇଛି
ଉଠିଲା ପ୍ରଶ୍ନ, କେବେ ମିଳିବ ମହିଳାଙ୍କୁ ସୁରକ୍ଷା? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe