କନକ ବ୍ୟୁରୋ : ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥାର ଏ ଚିତ୍ର ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରୁ । ୨ଟି ଘରେ ପଢୁଛନ୍ତି ୭ଟି ଶ୍ରେଣୀର ପିଲା । କୌଣସି ଟ୍ୟୁସନର ନୁହେଁ, ବରଂ ଏହା ହେଉଛି ଦିନିଆରୀ ସରକାରୀ ଉଚ୍ଚ ବିଦ୍ୟାଳୟର । ଗୋଟିଏ ଶ୍ରେଣୀରେ ୩ଟି କଳାପଟା ଲାଗିଛି । ଆଉ ୩ଟି କୋଣରେ ବସିଛନ୍ତି ୩ଟି ଶ୍ରେଣୀର ଛାତ୍ରଛାତ୍ରୀ । ଏମିତି ଚାଲିଛି ଆମ ସରକାରୀ ବିଦ୍ୟାଳୟ। ସ୍କୁଲରେ ମୋଟ ୩ଟି ଘର ରହିଛି । ଗୋଟିଏ ବିଦ୍ୟାଳୟ କାର୍ଯ୍ୟାଳୟ ଆଉ ଷ୍ଟକ ରୁମ୍ ହୋଇଥିବାରୁ ଅନ୍ୟ ଦୁଇଟିରେ ମଝିରେ ବାଡ଼ ଦେଇ ପାଠ ପଢ଼ାଉଛନ୍ତି ଶିକ୍ଷକ ।
ସରକାରୀ ବିଦ୍ୟାଳୟର ଅବ୍ୟବସ୍ଥା ସେତିକିରେ ସରିନି । ବର୍ଷା ହେଲେ ବିଦ୍ୟାଳୟ ଛାତରୁ ପାଣି ଗଳୁଛି । କାନ୍ଥ ଏମିତି ଫାଟିଛି ଯେ, କେତେବେଳେ କି ପ୍ରକାର ଅଘଟଣ ଘଟିବ ତାହା କହିହେଉନାହିଁ । ଏପରି ସ୍ଥଳେ ବାଲ୍ ବାଟିକା କେଉଁଠି ଖୋଲାଯିବ ତାକୁ ନେଇ ଚିନ୍ତାରେ ପଡିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ।
ଗୋଟିଏ ପଟେ ବେସରକାରୀ ସ୍କୁଲ ଢାଞ୍ଚାରେ ସରକାରୀ ସ୍କୁଲକୁ ଗଢିବାକୁ ପ୍ରୟାସ ଚାଲିଛି । ଆଉ ଏପଟେ ଶିକ୍ଷାର ଏହି ଚିତ୍ର ଶିକ୍ଷା ବିଭାଗର ଅପାରଗତାକୁ ପଦାରେ ପକାଇଦେଇଛି ।