କନକ ବ୍ୟୁରୋ : ସୁସ୍ଥତା ସାଙ୍ଗକୁ ମାନସିକ ଚାପ କମାଇବାରେ ରହିଛି ସାମର୍ଥ୍ୟ । ଏଥିରେ ଓମେଗା-୩ ଓ ଫ୍ୟାଟି ଏସିଡ ଭଳି ଉପାଦାନ ରହିଛି ଯାହା ଏକ ସୁସ୍ଥ ହୃଦୟ ପାଇଁ ଦରକାର । ଏକ ଗବେଷଣାରୁ ଜଣାପଡିଛି ଚିଲିକା ମଇଁଷି କ୍ଷୀର ଓ ଦହିରେ ରହିଛି ବିଶେଷତ୍ବ । ଚିଲିକାର ପରିବେଶରେ ବଢୁଥିବା ବିଶେଷ ପ୍ରଜାତିର ମଇଁଷି କ୍ଷୀର ଓ ଦହି ବେଶ ଉପକାରୀ ଓ ପ୍ରଭାବଶାଳୀ.ବୋଲି ଜଣାପଡିଛି । ସବୁଠୁ ବଡ଼ କଥା ହେଲା ମଇଁଷି କ୍ଷୀର ଓ ଦହିରେ ଅଧିକ ପରିମାଣ ପ୍ରୋ-ବାୟୌଟିକ ଥିବାରୁ ଏହା ମାନସିକ ଚାପରୁ କମେଇବାର କ୍ଷମତା ରଖିଛି । ଏତେ ସବୁ ବିଶେଷ ଗୁଣଥିବାରୁ ଏହି ଦହିର ଜି.ଆଇ ଟ୍ୟାଗ ପାଇଁ ଦାବି ହୋଇଛି ।
ଚିଲିକା ପରିବେଶରେ ବଢୁଥିବା ମଇଁଷି ଗୁଡିକ ପ୍ରାୟତ ଚିଲିକା ଦଳରୁ ନେଇ ବିଭିନ୍ନ ଘାସ ଗୁଡିକ ଖାଇଥାନ୍ତି। ଯାହାକି ଔଷଧୀୟ ଗୁଣରେ ଭର୍ତ୍ତି ହୋଇଛି। ଆଉ ମଇଁଷିଙ୍କଠାରୁ ମିଳୁ୍ଥିବା କ୍ଷୀର ମଧ୍ୟ ବେଶ ଉପାଦେୟ ବୋଲି ଜଣାପଡିଛି। ତେବେ ଏହି କ୍ଷୀରରୁ ଦହି ଏକ ସ୍ବତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ କରାଯାଇଥାଏ ।। ସାଧାରଣ ଦହିଠାରୁ ଅଧିକ ଦିନ ପାଇଁ ଏହାକୁ ରଖାଯାଇପାରେ। ଏ ନେଇ ଅଧିକ ଗବେଷଣା ଚାଲୁ ରହିଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ମଇଁଷି ପାଳକଙ୍କ ପାଖରେ ପହଁଚିଛନ୍ତି ଅଧିକାରୀ ମାନେ । ଦହି କିପରି ରୋଷ ଘରେ ମାଟିରେ ହାଣ୍ଡିରେ ପ୍ରସ୍ତୁତ ହୁଏ ତାର ସାମସ୍ତ ପ୍ରଣାଳିକୁ ଅନୁଧ୍ୟାନ କରାଯାଇଛି । ଖୁବଶୀଘ୍ର ଚିଲିକା ମାଇଁଷୀ ଚାଷୀଙ୍କୁ ମାନ୍ୟତା ମିଳିବା ନେଇ ସ୍ଫଷ୍ଟ ହୋଇଛି । ଏହି ଖବର ପରେ ଚାଷୀଙ୍କ ଭିତରେ ବେଶ ଖୁସି ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/15/QkylhfETnuDdh245TYEP.jpg)