କନକ ବ୍ୟୁରୋ : ଶ୍ରୀଜିଉଙ୍କ ବଡ଼ ମହାସ୍ନାନ । ଶ୍ରୀଜିଉଙ୍କ କରାଗଲା ବଡ ମହାସ୍ନାନ । ତେବେ ମହାପ୍ରଭୁଙ୍କ ବଡ ମହାସ୍ନାନ କରାଯିବାର କାରଣ ହେଉଛି ଜଣେ ଭକ୍ତ ବାନ୍ତି କରିବାରୁ ବଡ ମହାସ୍ନାନ କରାଯାଇଛି । ସୂଚନାମୂତାବକ ଭିତର ଦର୍ଶନ ଚାଲିଥିବାବେଳେ ଭକ୍ତ ଜଣଙ୍କ ବାନ୍ତି କରିଦେଇଥିଲେ । ଏ ଅଘଟଣ ପରେ ପ୍ରାୟ ୧ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ କରାଯାଇଛି ।
ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମନ୍ଦିର ପରିସର ମଧ୍ୟରେ ଯଦି ରକ୍ତ ଛିଟା ପଡେ, କିଏ ବାନ୍ତି କରିଦେଲେ କିମ୍ବା ମଳତ୍ୟାଗ କଲେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଥାଏ । ପରେ ଚୂନ ପାଣି ପକାଯାଇ ସୌଧ କରାଯାଏ । ଏହାପରେ ପୂଜାପଣ୍ଡା ସେବକମାନେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି କରିଥାନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/25/k16CaIwn7IILrDxV3aE1.jpg)