ବାରବାଟୀ ଟକ୍କର ପାଇଁ ବଢ଼ୁଛି ହାର୍ଟବିଟ୍ , ଭୁବନେଶ୍ବରରେ ପହଂଚିଲେ ଦୁଇ ଦେଶର ଖେଳାଳି

Advertisment

ପାରମ୍ପରିକ ନୃତ୍ୟଗୀତ ସହ ଭବ୍ୟ ସ୍ବାଗତ । କାଲି ବାରବାଟୀରେ କରିବେ ଅଭ୍ୟାସ ।

ପାରମ୍ପରିକ ନୃତ୍ୟଗୀତ ସହ ଭବ୍ୟ ସ୍ବାଗତ । କାଲି ବାରବାଟୀରେ କରିବେ ଅଭ୍ୟାସ ।

Sports news

Sports news Photograph: (KanakNews)

କନକ ବ୍ୟୁରୋ: ବାରବାଟିରେ ହେବାକୁ ଥିବା ଟି-୨୦ ମୁକାବିଲା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ ଭୁବନେଶ୍ବରେ ପହଞ୍ଚି ସାରିଛନ୍ତି । ଭୁବନେଶ୍ବରରେ ପହଁଚିବା ପରେ କଡ଼ା ସୁରକ୍ଷା ବଳୟରେ ଉଭୟ ଦଳର ଖେଳାଳିଙ୍କୁ ହୋଟେଲ ମେ'ଫେୟାରକୁ ପାଛୋଟି ନିଆଯାଇଛି । ଟିମ୍‌ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ବୋଲିଂ କୋଚ୍ ମୋର୍ନେ ମର୍କେଲଙ୍କ, ତିଲକ ବର୍ମା, ଅର୍ସଦୀପ ସିଂ ସହ ଅଧିକାଂଶ ଖେଳାଳୀ ହୋଟେଲରେ ପହଁଚିଛନ୍ତି। ହୋଟେଲରେ ଉଭୟ ଦେଶର ଖେଳାଳିଙ୍କୁ ପାରମ୍ପରିକ ନୃତ୍ୟଗୀତ ସହ ଭବ୍ୟ ସ୍ବାଗତ କରାଯାଇଛି। ନିଜ ମନ ପସନ୍ଦର ଖେଳାଳିଙ୍କ ଟିକିଏ ଝଲକ ପାଇବାକୁ ହୋଟେଲ ପରିସରରେ ଫ୍ୟାନ୍ସଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ:  ବାରବାଟୀ ଟି-ଟ୍ୱେଣ୍ଟି ଲାଗି ପ୍ରବଳ ଉତ୍ସାହ, ମୋଟ ୧୦ ହଜାରରୁ ବିକ୍ରି ହେଇସାରିଲାଣି ଅଧା ଟିକେଟ୍


ଖେଳାଳିଙ୍କ ପାଇଁ ହୋଟେଲରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଖେଳାଳିଙ୍କ ପାଇଁ ଖାଇବା ପାଇଁ ସ୍ୱତନ୍ତ୍ର ମେନ୍ୟୁ ଚାର୍ଟ ରହିବ, ଏହାବାଦ୍ ଓଡ଼ିଆ କ୍ୟୁଜିନକୁ ପ୍ରମୋଟ କରାଯିବ। ଖେଳାଳିମାନଙ୍କୁ ସକାଳ ଜଳଖିଆରେ ଓଡ଼ିଆ ଘରର ବିଭିନ୍ନ ପିଠା, ମିଠା, ଡାଲମା, ସନ୍ତୁଳା ପରଷାଯିବ । ସେହିପରି ଲଞ୍ଚ୍ ଓ ଡିନରରେ ଖେଳାଳିଙ୍କ ନିର୍ଦ୍ଦିଷ୍ଟ ମେନ୍ୟୁ ସହ ସି ଫୁଡ୍ ଓ ମିଲେଟ୍ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ନଟସ, ବେରୀ ମଧ୍ୟ ରହିବ । ଖେଳାଳିଙ୍କୁ ମୁଖ୍ୟତଃ ଷ୍ଟିମ୍, ପତ୍ରପୋଡ଼ା, ବାର୍ବିକ୍ୟୁ ଖାଦ୍ୟ ଦିଆଯିବ । ୯ ତାରିଖରେ ପ୍ରଥମ ଟି-୨୦ ମ୍ୟାଚ ହେବ । ଏହା ପୂର୍ବରୁ ଆସନ୍ତାକାଲି ଅଭ୍ୟାସ ପାଇଁ ଷ୍ଟାଡିୟମ ଯିବେ ଖେଳାଳି। ଏହାକୁ ନେଇ ହୋଟେଲ ମେଫେୟାରରୁ ବାରବାଟୀ ଷ୍ଟାଡିୟମ୍ ଯାଏ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଛି ଟ୍ବିନ୍ ସିଟି କମିସନରେଟ୍ ପୁଲିସ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe