କନକ ବ୍ୟୁରୋ : ଖତ ଖାଉଛି ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ବ୍ୟାୟାମ ଶାଳା ଓ ଉପକରଣ। ଉପକୃତ ହୋଇପାରୁନାହାନ୍ତି ଯୁବ ଗୋଷ୍ଠୀ। ବିରକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସ୍ତରୀୟ କ୍ରୀଡ଼ାବିତ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ। ଭୁବନେଶ୍ୱରରେ ହକି ବିଶ୍ୱକପର ଆୟୋଜନ କରି ସାରା ଦେଶରେ ବାହାବା ନେଇଥିବା ତତ୍କାଳୀନ ମୁଖ୍ୟମନ୍ତୀ ନିଜ ଅଂଚଳରେ ଫେଲ ହୋଇଛନ୍ତି।  ଓଡିଶା କ୍ରୀଡାର ହଵ ବୋଲି ଖାଲି ଡିଣ୍ଡିମ ପିଟିଛନ୍ତି। କ୍ରୀଡା ଭିତିଭୂମି ତିଆରିରେ ବିଫଳ ହୋଇଛନ୍ତି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ।

Advertisment

ଶେରଗଡ ଅଂଚଳର ସଫଳ କ୍ରୀଡ଼ାବିତ ଦେବାଶିଷ ମହାନ୍ତି। ୨୦୧୮ରେ ଆନ୍ତର୍ଜାତୀୟ ସ୍ତରରେ ମେଡାଲ ଜିତି ଓଡିଶା ଫେରିବା ପରେ ରାଜ୍ୟ କ୍ରୀଡାମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଶେରଗଡ଼ରେ କ୍ରୀଡା ଭିତିଭୂମିର ବିକାଶ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଏହାପରେ ରାଜ୍ୟ ସରକରଙ୍କ ପକ୍ଷରୁ କୋଟିକୋଟି ଟଙ୍କାରେ ଏକ ବ୍ୟୟାମ ଶାଳା ନିର୍ମାଣ କରି ବହୁ ଖେଳ ଉପକରଣ ଯୋଗାଇ ଦେଇଛନ୍ତି। କିନ୍ତୁ ପରବର୍ତୀ ସମୟରେ ବ୍ୟାୟାମ ଶାଳା ସରକାରୀ ଅଫିସ ହୋଇଛି। କ୍ରୀଡା ଉପକରଣ ସବୁ ଖତ ଖାଉଛି। ସରକାରଙ୍କ ଡିଣ୍ଡିମରେ ସଫଳ କ୍ରୀଡ଼ାବିତ ତିଆରି ହୋଇପାରିବେନି କି ଅଲମ୍ପିକ ମେଡାଲ ମିଳିବନି। ସେଥିପାଇଁ କ୍ରୀଡା ଭିତିଭୂମି ଓ ପ୍ରଶାସନର ଆଗ୍ରହ ଆବଶ୍ୟକ ବୋଲି କହିଛନ୍ତି କ୍ରିଡାବିତ୍ ଦେବାଶିଷ ମହାନ୍ତି।

ସୂଚନା ଅଧିକାର ଆଇନରୁ ଜଣାପଡ଼ିଛି, ୨୦୨୧ରେ ବ୍ୟାୟାମ ଶାଳା ନିର୍ମାଣ ହୋଇଛି। ନିର୍ମାଣର ମାତ୍ର ୨ ବର୍ଷ ମଧ୍ୟରେ ଘରର କାନ୍ଥ ଓ ଛାତରେ ଫାଟି ଗଲାଣି। ସାରା ଅଂଚଳ ଭଙ୍ଗା କାଚରେ ପରିପୂର୍ଣ୍ଣ। ବ୍ୟାୟାମ ଶାଳାରେ ବର୍ତମାନ ଶିକ୍ଷା ବିଭାଗର କାର୍ୟ୍ୟାଳୟ ଚାଲିଛି। ସନ୍ଧ୍ୟା ହେଲେ ବହୁ ଅସାମାଜିକ ବ୍ୟକ୍ତି ଆଡ୍ଡା ବାସ ଏଥିରୁ ଅନୁମାନ କରନ୍ତୁ ସରକାର କ୍ରୀଡା ଭିତିଭୂମିର ବିକାଶ ପାଇଁ କିଭଳି ପଦକ୍ଷେପ ନେଉଛନ୍ତି।  ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି, ବ୍ୟାୟାମ ଶାଳା ପାଇଁ ଆବଶ୍ୟକୀୟ ଉପକରଣ ଆସିଲେ,  ଘରଟିକୁ ସଫା କରି ହସ୍ତାନ୍ତର କରିବେ।