ଦଣ୍ଡାବାଳୁଙ୍ଗା ଫିଲ୍ମ ସୁଟିଂ ବେଳେ ବଡ଼ ହୃଦୟ ଦେଖାଇଥିଲେ ଉତ୍ତମ । ନିଜ ଖାଇବାକୁ ତିନି ଭାଗ କରିଥିଲେ ଉତ୍ତମ ।

Advertisment

ଓଲିଉଡ୍‌ରେ ଶେଷ ହୋଇଛି ଉତ୍ତମ ଯୁଗ । ନିରବି ଯାଇଛନ୍ତି ଶତାଦ୍ଦିର ମହାନ କଳାକାର ।

ଓଲିଉଡ୍‌ରେ ଶେଷ ହୋଇଛି ଉତ୍ତମ ଯୁଗ । ନିରବି ଯାଇଛନ୍ତି ଶତାଦ୍ଦିର ମହାନ କଳାକାର ।

ଟିକିଙ୍କ ମନ ଜିଣିବାକୁ ୫ ବର୍ଷ

ଟିକିଙ୍କ ମନ ଜିଣିବାକୁ ୫ ବର୍ଷ Photograph: (kanakNews)

କନକ ବ୍ୟୁରୋ: ଜୀବନ ରଙ୍ଗମଞ୍ଚରେ ଶେଷ ହେଲା ଅଭିନୟ । ଆରପାରିକୁ ବାହୁଡ଼ି ଗଲେ ଶତାବ୍ଦୀର ମହାନାୟକ । କିନ୍ତୁ ଓଡ଼ିଆ ସିମେନାକୁ ତାଙ୍କର ଭେଟି ପ୍ରତିଟି ସିନେ ପ୍ରେମୀଙ୍କ ମନରେ ଘର କରି ରହିଛି । ସ୍ମୃତିର ସିନ୍ଦୁକରେ ସାଇତା ରହିଛି ଅନେକ ସ୍ୱର୍ଣ୍ଣିମ ଅଧ୍ୟାୟ । ଉତ୍ତମ କେବଳ ଭଲ ଅଭିନେତା ନଥିଲେ, ବରଂ ଯୁବପିଢ଼ିଙ୍କୁ ସୁଯୋଗ ଦେବାକୁ ବାଟ ଖୋଲିଥିଲେ । 'ସୁଭଦ୍ରା' ଫିଲ୍ମରେ ନିଜକୁ ରୋମାଣ୍ଟିକ ନାୟକ ଭୂମିକାରୁ ଦୂରେଇ ରଖିଥିଲେ । ସେହିପରି 'ଯଶୋଦା' ଚଳଚ୍ଚିତ୍ରରେ ବୟସ୍କ ଚରିତ୍ରରେ ଅଭିନୟ କରିଥିଲେ । ନିଜେ ନାୟକ ଭୂମିକାରୁ ଦୂରେଇ ଯୁବ କଳାକାରଙ୍କୁ ବାଟ ଛାଡ଼ିଥିଲେ । 
ଓଡ଼ିଆ ସିନେ ଜଗତରେ ସବୁଠୁ ଲୋକପ୍ରିୟ ଯୋଡ଼ି ଥିଲା ଉତ୍ତମ-ଅପରାଜିତାଙ୍କର । କିନ୍ତୁ ଅପରାଜିତାଙ୍କ ମନ ଜିଣିବାକୁ ଉତ୍ତମଙ୍କୁ ଲାଗି ଯାଇଥିଲା ୫ ବର୍ଷ । 

ଟିକିଙ୍କ ମନ ଜିଣିବାକୁ ୫ ବର୍ଷ'

ଅଶାନ୍ତ ଗ୍ରହ' ସିନେମା ସୁଟିଂରେ ପ୍ରଥମ ଦେଖା
ଏକାଠି ଅଭିନୟ ପରେ ଅପରାଜିତାଙ୍କ ପ୍ରେମରେ ପଡ଼ିଥିଲେ ଉତ୍ତମ
ଅପରାଜିତାଙ୍କ ମନ ଜିଣିବାକୁ ଲାଗିଥିଲା ୫ ବର୍ଷ ସମୟ
ପ୍ରେମ ନିବେଦନ ନକରି ସିଧା ବିବାହ ପ୍ରସ୍ତାବ ଦେଇଥିଲେ
୧୯୮୭ ମସିହା ମେ ୧୭ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ
୧୯୮୯ରେ ବାବୁଶାନଙ୍କ ଜନ୍ମ ହୋଇଥିଲା

୧୯୭୭ରେ 'ଅଭିମାନ' ଜରିଆରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିଲେ ଉତ୍ତମ। ଏହାପରଠୁ ତାଙ୍କ ବଳିଷ୍ଠ ଅଭିନୟ ଓ ପ୍ରତିଭା ପ୍ରତି ଓଡ଼ିଆଙ୍କୁ ବାନ୍ଧି ରଖିଥିଲା । ହିନ୍ଦୀ, ବଙ୍ଗଳା ଭାଷାରେ ମଧ୍ୟ ଅଭିନୟ କରି ନିଜ ଦକ୍ଷତାକୁ ସେ ପ୍ରମାଣିତ କରିଛନ୍ତି । ଆଜି ତାଙ୍କ ବିୟୋଗ ଓଡ଼ିଆ ସିନେ ଜଗତକୁ ସ୍ତବ୍ଧ କରିଦେଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe