ଉତ୍କଳୀୟ ପରମ୍ପରାର ଝଲକ, କାର୍ତ୍ତିକ ପୂର୍ଣ୍ଣିମାରେ ଭାସିଲା ଡଙ୍ଗା

Advertisment

ଡଙ୍ଗା ଭସାଇବା ପାଇଁ ଆଜି ସକାଳୁ ସକାଳୁ ଲୋକାରଣ୍ୟ ହୋଇପଡ଼ିଥିଲା ଗଡ଼ଗଡ଼ିଆ ଘାଟ

ଡଙ୍ଗା ଭସାଇବା ପାଇଁ ଆଜି ସକାଳୁ ସକାଳୁ ଲୋକାରଣ୍ୟ ହୋଇପଡ଼ିଥିଲା ଗଡ଼ଗଡ଼ିଆ ଘାଟ

kartika purnim

kartika purnim Photograph: (kanaknews)

କନକ ବ୍ୟୁରୋ:  ପାଣିରେ ଭାସୁଛି ବୋଇତ, ଏପଟେ ଚାଲିଛି ଆଳତି । କଟକ ମହାନଦୀ ଗଡ଼ଗଡ଼ିଆ ଘାଟର ଏ ଦୃଶ୍ୟ । ଘଣ୍ଟଘଣ୍ଟା ଧ୍ବନିରେ ପ୍ରକଂପିତ ପରିବେଶ । ଚାଲିଛି ମହାନଦୀ ଆଳତି । ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାକୁ ସ୍ବତନ୍ତ୍ର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନିଆରା ଆୟୋଜନ ହୋଇଥିଲା । ଯାହା ମହାନଦୀ କୂଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ

ଡଙ୍ଗା ଭସାଇବା ପାଇଁ ଆଜି ସକାଳୁ ସକାଳୁ ଲୋକାରଣ୍ୟ ହୋଇପଡ଼ିଥିଲା ଗଡ଼ଗଡ଼ିଆ ଘାଟ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା। ଖୋଦ ଜିଲ୍ଲାପାଳ, ଡିସିପି ଏବଂ ଓରମାସ ସଦସ୍ୟଙ୍କ ଉପସ୍ଥିତିରେ ମହାନଦୀରେ ଭସାଯାଇଛି ଶାଳପତ୍ରରେ ପ୍ରସ୍ତୁତ ୨୨ ହଜାର ଡଙ୍ଗା । ଯାହା ଚଳିତ ଥର ଏକ ନିଆରା ରେକର୍ଡ ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe