କନକ ବ୍ୟୁରୋ  : ଏକ୍ସ ବୟଫ୍ରେଣ୍ଡ  ଠାରୁ ସାଙ୍ଘାତିକ ଭାବେ ପ୍ରତିଶୋଧ ନେଲା  ପ୍ରେମିକା ।  ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିବା  ସୂଚନା । ଏହି  ଘଟଣା ନାଇଜେରିଆରେ  ଚର୍ଚ୍ଚାର ବିଷୟ ପାଲଟିଛି । ଏକ୍ସ ବୟଫ୍ରେଣ୍ଡ ଠାରୁ  ପ୍ରତିଶୋଧ ନେବା ପାଇଁ  ଯୁବତୀ ଜଣଙ୍କ ସୁପରେ  ବିଷ  ମିଶାଇଦେଇଥିଲା ।  ପରେ  ଏହି କିଲର ସୁପକୁ  ଏକ୍ସ ବୟଫ୍ରେଣ୍ଡ ସହ  ଅନ୍ୟ ୪ ଜଣ ପିଇଦେଇଥିଲେ । ଯାହାଦ୍ୱାରା ୫ ଜଣଙ୍କର ମୃତ୍ୟୁ  ଘଟିଛି ।  ଏପରି  ଏକ  ହୃଦୟବିଦାରକ ଘଟଣା ଘଟିଛି ନାଇଜେରିଆର  ଏଡୋ ଅଞ୍ଚଳରେ  ।

Advertisment

ଗୋଟିଏ ପରିବାରର  ୫ ସଦସ୍ୟଙ୍କ ଶବ ଗୋଟିଏ  ରୁମରୁ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।  ଘରର ଅନ୍ୟ ପରିବାର ସଦସ୍ୟ ବାହାରକୁ ଯାଇଥିଲେ  । ଯେତେବେଳେ  ଘରକୁ ଫେରିଲେ  ସେତେବେଳେ  ଘରର କୌଣସି ସଦସ୍ୟଙ୍କୁ  ଦେଖିବାକୁ  ପାଇଲେନି । ଖୋଜାଖୋଜି କରିବା ପରେ  ଘରର ଏକ ବନ୍ଦ ରୁମରେ  ୫ ଜଣଙ୍କ ଶବ ଦେଖିବାକୁ ପାଇଥିଲେ ।  ବିଷ  ସୁପ୍  ପିଇ  ୫ ଜଣଙ୍କ ମୃତ୍ୟୁ ଘଟିଥିଲା ।  ଏହି ପୁରା ଘଟଣା ଘଟାଇଥିଲା  ଯୁବତୀ ।  ଯୁବତୀ ଜଣଙ୍କ କେବଳ  ପୂର୍ବ ପ୍ରେମିକକୁ ମାରିବାକୁ ଚାର୍ହୁଥିଲା କିନ୍ତୁ ଅଜାଣତରେ  ଅନ୍ୟ ୪ ଜଣଙ୍କ ଜୀବନ  ଚାଲିଗଲା । ମୃତକମାନଙ୍କ ମଧ୍ୟରେ ଦୁଇ ଜଣ ପ୍ରେମିକର ଭାଇ  ଥିବାବେଳେ  ଅନ୍ୟ ତିନି ଜଣ ସାଙ୍ଗ ଥିଲେ ।  ପୋଲିସ୍ କହିବାନୁଯାୟୀ,  ଯୁବକ ଜଣଙ୍କ ନିଜେ ପିଇବା ସହ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ସୁପ୍ ପିଇବାକୁ ଦେଇଥିଲେ । ଏ ଘଟଣାରେ  ଯୁବତୀ ଜଣଙ୍କୁ ଗିରଫ କରି ଅଧ୍ଚଳ ପଚରା ଉଚରା କରୁଛି ପୋଲିସ ।