୭ ମାସ ଧରି ଚାଲିଥିଲା ଗଣଦୁଷ୍କର୍ମ! ଗର୍ଭବତୀ ହେବା ପରେ ମାମଲା ରୁଜୁ! ଗରିବ ଝିଅକୁ ମିଳିବ ନ୍ୟାୟ?

Advertisment

ଏହା ଏମିତି ଏକ ଲୋମଟାଙ୍କୁରା ଘଟଣା, ଯାହାକୁ ଭାଷାରେ ବଣ୍ଣର୍ନା କରିବା କଷ୍ଟକର। ଜଣେ ଅସହାୟ ଗରିବ ଝିଅକୁ ୭ଜଣ ପିଶାଚ, ୭ ମାସ ଧରି ଦୁଷ୍କର୍ମ କରି ଚାଲିଥଲେ, ଆଉ ସମସ୍ତେ ସବୁ ଜାଣି ଚୁପ ବସିଥିଲେ ତାହା ଆଚମ୍ବିତ କରିଛି।

ଏହା ଏମିତି ଏକ ଲୋମଟାଙ୍କୁରା ଘଟଣା, ଯାହାକୁ ଭାଷାରେ ବଣ୍ଣର୍ନା କରିବା କଷ୍ଟକର। ଜଣେ ଅସହାୟ ଗରିବ ଝିଅକୁ ୭ଜଣ ପିଶାଚ, ୭ ମାସ ଧରି ଦୁଷ୍କର୍ମ କରି ଚାଲିଥଲେ, ଆଉ ସମସ୍ତେ ସବୁ ଜାଣି ଚୁପ ବସିଥିଲେ ତାହା ଆଚମ୍ବିତ କରିଛି।

rape in dhenkanal

କନକ ବ୍ୟୁରୋ: ଏହା ଏମିତି ଏକ ଲୋମଟାଙ୍କୁରା ଘଟଣା, ଯାହାକୁ ଭାଷାରେ ବଣ୍ଣର୍ନା କରିବା କଷ୍ଟକର। ଜଣେ ଅସହାୟ ଗରିବ ଝିଅକୁ ୭ଜଣ ପିଶାଚ, ୭ ମାସ ଧରି ଦୁଷ୍କର୍ମ କରି ଚାଲିଥଲେ, ଆଉ ସମସ୍ତେ ସବୁ ଜାଣି ଚୁପ ବସିଥିଲେ ତାହା ଆଚମ୍ବିତ କରିଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡିର ମହୁଲପଞ୍ଜି ଗାଁରେ। ତେବେ ଦୁଷ୍କର୍ମକାରୀ ମାସ ମାସ ଧରି ଯୁବତୀଙ୍କ ସହ ଦୁଷ୍କର୍ମ କରି ଚାଲିଥିଲେ। ସଦର ପୁଲିସ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ହାତକଡି ପିନ୍ଧାଇଛି।

  • ୪୦ ବର୍ଷୀୟ ବାବୁଲି ନାୟକ
  • ୩୨ ବର୍ଷୀୟ ବିରଞ୍ଚି ମହାରଣା
  • ୨୪ ବର୍ଷୀୟ ଅବିନାଶ ପରିଡ଼ା
  • ୨୭ ବର୍ଷୀୟ ଜୀବନ ପରିଡ଼ା

ଏମାନେ ନିଜ ପାପ କର୍ମର ସବୁସତ ଗୋଟି ଗୋଟି କରି, ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ସୋମବାର ଏମାନଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ଯୁବତୀଙ୍କ ଘର ନଥିବାରୁ ସେହି ଗାଁର ଅଙ୍ଗନବାଡି କେନ୍ଦ୍ରରେ ବାପାଙ୍କ ସହ ରହିଆସୁଥିଲେ। 

  • ବାପା ମାନସିକ ଭାରସାମ୍ୟ ହରାଇଥିବାରୁ ସଂଧ୍ୟା ହେଲେ ଶୋଇ ପଡୁଥିଲେ
  • ଘରେ କବାଟ ନଥିବାରୁ ରାତି ହେଲେ ଦୁଷ୍କର୍ମକାରୀ ବଳ ପୁର୍ବକ ଘରେ ପଶୁଥିଲେ
  • ଛାତ ଉପରକୁ ଉଠାଇ ନେଇ ରାତିତମାମ ଦୁଷ୍କର୍ମ କରି ଚାଲିଥିଲେ 

ଏହି ମଣିଷ ମାଂସ ଲୋଭୀ ରାକ୍ଷାସ ମାନଙ୍କ କବଳରୁ ରକ୍ଷା ପାଇବାକୁ ଯେତେ ନେହୁରା ହୋଇଥିଲେ ବି ଗରିବ ଯୁବତୀଙ୍କୁ ପାଗଳି କହି ଘଉଡ଼ାଇ ଦେଇଥିଲେ। ଆଉ ପ୍ରାୟ ୭ ମାସ ଧରି ଯୁବତୀଙ୍କ ସହ ହେଉଥିଲା ଗଣଦୁଷ୍କର୍ମ। ୭ ମାସର ଗର୍ଭବତୀ ହେବା ପରେ, ଏହି ଘଟଣା ସାମନାକୁ ଆସିଛି। 

ଅସହାୟ ଯୁବତୀଙ୍କୁ ସୁଧାର ଗୃହରେ ରଖାଯିବା ସହ ତାଙ୍କର ଡାକ୍ତରୀ ମଇନା କରାଇଛି ପୁଲିସ। ୧୬୧ ଧାରାରେ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି । ୭ ମାସ ପୂର୍ବର ଘଟଣା ହୋଇଥିବାରୁ ଆଇପିସିର ଦଫା ୩୭୬-ଡିରେ ମାମଲା ରୁଜୁ କରିଛି ପୋଲିସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe