ଅନୁଭବଙ୍କୁ ଜାଗ୍ରତୀଙ୍କ ଭେଟି ।  ଜନ୍ମଦିନରେ ବାନ୍ଧବୀ  ଦେବେ ବଡ ଉପହାର..

ଅନୁଭବଙ୍କ ଉପରେ ଲେଖୁଥିବା ବହିର ପ୍ରଥମ ଝଲକ । ଖୁବ୍ ଶୀଘ୍ର ପୁସ୍ତକ ଆସିବା ନେଇ ଜାଗ୍ରତୀଙ୍କ ସୂଚନା ।

ଅଦ୍ୟତନ ହୋଇଛି
dffffff

Photograph: (google)

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଖୁବୁ ଆକ୍ଟିଭ୍‌ ଥାଆନ୍ତି ଜାଗ୍ରତୀ ଶୁକ୍ଳା । ଯେବେଠୁ ଅଭିନେତା ଅନୁଭବଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଛି ସେବେଠାରୁ ଲାଇମଲାଇଟକୁ ଆସିଛନ୍ତି ଜାଗ୍ରତୀ ।  ଏବେ ପୁଣି ତାଙ୍କୁ ନେଇ ଚର୍ଚ୍ଚା । ଚର୍ଚ୍ଚା ଏଥିପାଇଁ ଯେ, ଅନୁଭବଙ୍କ ଜନ୍ମଦିନରେ ବାନ୍ଧବୀ ଜାଗ୍ରତୀ ଶୁକ୍ଳା ଭେଟି ଦେବେ । 

ତାହା ପୁଣି ଏକ ପୁସ୍ତକ । ପ୍ରାୟ ଚାରିବର୍ଷରୁ ଅଧିକ ଦିନ ହେବ ସେ ଏହି ପୁସ୍ତକଟି ଲେଖୁଥିବା ପୋଷ୍ଟ କରିଛନ୍ତି । ଯାହାର କଭର ପେଜ ସେୟାର କରି ଗଣମାଧ୍ୟମରେ ଲେଖିଛନ୍ତି । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଜୀବନୀ ଆଧାରିତ ଏହି ବହିଟିରେ ବ୍ଲକବଷ୍ଟର ସିନେମାରୁ ଭୋଟ୍ ବାଲଟ ବାକ୍ସ ପର୍ଯ୍ୟନ୍ତର ଯାତ୍ରା ସମ୍ପର୍କରେ ସେ ଲେଖିଛନ୍ତି ।  ଅନୁଭବଙ୍କ ସିନେମା ଏବଂ ରାଜନୀତିର ଅସାଧାରଣ ଯାତ୍ରାକୁ ନେଇ ଲିଖିତ ଏହି ପୁସ୍ତକ ଶୀଘ୍ର ଆସୁଛି ବୋଲି ପୋଷ୍ଟରେ ଲେଖିଛନ୍ତି ଜାଗ୍ରତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe