କନକ ବ୍ୟୁରୋ : ବିଗତ ୨ ରୁ ୩ ବର୍ଷ ହେବ ଲଗାତାର ଭାବେ ଦେଶର ବିଭିନ୍ନ ଭାଗରେ ଟ୍ରେନ୍ ଦୁର୍ଘଟଣା ହୋଇଛି । ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ଚଳିତ ବର୍ଷର ସବୁଠାରୁ ବଡ଼ ଦୁର୍ଘଟଣା । ହେଲେ ଟ୍ରେନ୍ ଦୁର୍ଘଟଣା ପଛରେ ଟେକ୍ନିକାଲ ଅସୁବିଧା ନା ଏହା ଷଡଯନ୍ତ୍ର କରି କରାଯାଉଛି, ତାହାକୁ ନେଇ ସନ୍ଦେହ ଲାଗି ରହିଛି । ଏହାରି ମଧ୍ୟରେ ଆଜି ଉତ୍ତରାଖଣ୍ଡର ଏକ ରେଳ ଧାରଣାରୁ ଗ୍ୟାସ ସିଲିଣ୍ଡର ମିଳିବା ପରେ ଷଡଯନ୍ତ୍ର ସନ୍ଦେହ ବଢିଛି । 

Advertisment

ସୂଚନା ଅନୁସାରେ ଏକ ମାଲବାହି ଟ୍ରେନର ଲୋକ ପାଇଲଟ ଟ୍ରାକରେ ଗ୍ୟାସ ସିଲିଣ୍ଡର ଦେଖିବା ପରେ ଷ୍ଟେସନ୍ ମାଷ୍ଟରଙ୍କୁ ଅବଗତ କରାଇଥିଲେ । ଘଟଣା ସ୍ଥଳରେ ଯାଞ୍ଚ କରିବା ପରେ ତାହା ଖାଲି ସିଲିଣ୍ଡର ଥିବା ଜଣାଥିଲା । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ୍ କୁ ସୂଚନା ଦିଆଯାଇ ଗ୍ୟାସ ସିଲିଣ୍ଡରଟି ପୋଲିସକୁ ହସ୍ତାନ୍ତର କରାଯାଇଛି ।