ବ୍ରିଜ ତଳକୁ ଖସିପଡିଲା ଫଳ ବୋଝେଇ ଟ୍ରକ । ସେଓ ବୋହି ନେଇଗଲେ ଲୋକ

Advertisment

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଲା ଫଳ ବୋଝେଇ ଟ୍ରକ । ରାସ୍ତା ତଳକୁ ଓଲଟି ପଡିଲା ଟ୍ରକର ଡାଲା। ଆଉ ଏଥିରେ ଥିବା ଫଳ ସବ ରାସ୍ତା ଉପରେ ବିଛେଇ ପଡିଲା।

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଲା ଫଳ ବୋଝେଇ ଟ୍ରକ । ରାସ୍ତା ତଳକୁ ଓଲଟି ପଡିଲା ଟ୍ରକର ଡାଲା। ଆଉ ଏଥିରେ ଥିବା ଫଳ ସବ ରାସ୍ତା ଉପରେ ବିଛେଇ ପଡିଲା।

apple truck

କନକ ବ୍ୟୁରୋ: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଲା ଫଳ ବୋଝେଇ ଟ୍ରକ । ରାସ୍ତା ତଳକୁ ଓଲଟି ପଡିଲା ଟ୍ରକର ଡାଲା। ଆଉ ଏଥିରେ ଥିବା ଫଳ ସବ ରାସ୍ତା ଉପରେ ବିଛେଇ ପଡିଲା। ଫଳରେ ଟ୍ରକରୁ ପଡିଥିବା ଫଳ ସବୁ ବୋହି ନେଇଗଲେ ସ୍ଥାନୀୟ ଲୋକ। ଦୁର୍ଘଟଣା ପରେ ଟ୍ରକରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ସେଓକୁ ନେଇ ଗଲେ ସ୍ଥାନୀୟ ଲୋକେ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା, ଡାହାଲା ନିକଟ ରେ ଘଟିଛି ଦୁର୍ଘଟଣା। ଦିଲ୍ଲୀରୁ ଫଳ ନେଇ ଭୁବନେଶ୍ୱର ଅଭିମୁଖେ ଯାଉ ଥିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ବେଳେ ଟ୍ରକର ଚେଚିସ ରାସ୍ତା ଉପରେ ରହିଯାଇଥିବା ବେଳେ ଡ୍ରାଇଭର କେବିନ୍ ଓ ଫଳ ବୋଝେଇ ଡାଲା ପୋଲ ତଳକୁ ଖସି ପଡ଼ିଛି । ତେବେ ଗାଡ଼ିର କର୍ମଚାରୀ ସୁରକ୍ଷିତ ଥିବା ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe