କନକ ବ୍ୟୁରୋ : ବର୍ଷାର ଭୟଙ୍କର ଚିତ୍ର । ସପିଂ ମଲ୍ରେ ଜିନିଷ ଭାସୁଛି, ଘରେ ପଶିଛି ୨ରୁ ଅଢ଼େଇ ଫୁଟର ପାଣି । ବାଲେଶ୍ଵରରେ ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି । ସହରର ନୂଆସାହି ରାସ୍ତାରେ ଓ ଲୋକଙ୍କ ଘରେ ୨ ରୁ ଅଢ଼େଇ ଫୁଟ୍ର ପାଣି ପଶିଛି । ଲୋକଙ୍କ ଘରେ ଆସବାବପତ୍ର, ହାଣ୍ଡି କଡ଼େଇ ସହ ସିଲିଣ୍ଡର ଭାସୁଛି। ଶୋଇଥିବା ଅବସ୍ଥାରେ ଘରେ ପାଣି ପଶିଯାଇଥିବାରୁ ଜରୁରୀ କାଗଜପତ୍ର ମଧ୍ୟ ବାହାର କରି ପାରି ନାହାନ୍ତି ଲୋକେ । ସପିଂ ମଲ୍ରେ ଜିନିଷ ସବୁ ଭାସୁଛି। ଦେଖନ୍ତୁ ଏହି ଦୃଶ୍ୟକୁ । ମଲ୍ ଭିତରେ ଭାସୁଛି ଜିନିଷ । ବାଲେଶ୍ବରରେ ୧୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜିଲ୍ଲାରେ ୬୦୫ ମିଲିମିଟର ବର୍ଷା ହୋଇଛି ।
ପୋଲ ଉପରେ ଦୁଇ ଫୁଟ୍ର ପାଣି
ବିପଦ ଆଣିପାରେ ବୈତରଣୀ, ବୁଢ଼ାବଳଙ୍ଗ
ସୁନ୍ଦରଗଡ଼ ବଣାଇ ବ୍ଲକର ସରସରା ଫଟଙ୍ଗନାଳ ପୋଲ ଉପରେ ଦୁଇ ଫୁଟର ପାଣି ଚାଲୁଛି । ବଣାଇ ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ପୋଲ ପାରି ହେବାକୁ ସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକେ ହଇରାଣ ହୋଇଛନ୍ତି । ମାଲକାନଗିରି ଜିଲ୍ଲା କାଙ୍ଗରକୋଣ୍ଡା ପୋଲ ଉପରେ ୫ ଫୁଟ୍ ଉପରେ ପାଣି ପ୍ରବାହିତ ହେଉଛି । ବର୍ଷା ହେଲେ ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା ବିପଦ ଆଣିପାରେ । ତେବେ ବର୍ତ୍ତମାନ ବନ୍ୟାସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ବ୍ରାହ୍ମଣୀରେ ଲଗାତାର ତିନି ତିନି ଥର ବନ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଶହଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ବୁଡ଼ି ରହିବାରୁ ପ୍ରଥମେ ରୁଆ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/02/41-2025-09-02-20-31-59.jpg)