କନକ ବ୍ୟୁରୋ: ଟ୍ରେନରେ ଲାଗିଲା ନିଆଁ । ହେଲେ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ଶହ ଶହ ଜୀବନ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ଫାଲକନାମା ଏକ୍ସପ୍ରେସ ଆଜି ଦିନ ପ୍ରାୟ ୪ଟା ବେଳେ ସିକନ୍ଦରାବାଦରୁ ହାୱଡା ଯାଉଥିବା ବେଳେ ଖନ୍ତାପଡ଼ା ରେଳ ଷ୍ଟେସନ ନିକଟରେ ପଛ ବଗି ଚକ ନିକଟରୁ ନିଆଁ ଲାଗିଥିବା ଜଣାପଡିଥିଲା । କିନ୍ତୁ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ଟ୍ରେନଟି ବର୍ତ୍ତି ଯାଇଛି । ଫଳରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ । ଟ୍ରେନଟି ରହିବା ମାତ୍ରେ ସବୁ ଯାତ୍ରୀ ତଳକୁ ଓହ୍ଲାଇ ପଡିଥିଲେ ।