କନକ ବ୍ୟୁରୋ: ପାଳଗଦାରେ ଲାଗିଲା ନିଆଁ । ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ଜଣ ନାବାଳକ । ସଂପର୍କରେ ଦୁହେଁ ମାମୁଁ ଭଣଜା। ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଲେ ବଲାକିରା ଗ୍ରାମର ସୁବଳ ଭୋଇଙ୍କ ପୁଅ କ୍ରୀଷ୍ଣା ଭୋଇ ଓ ବସନ୍ତବାହଲ ଗ୍ରାମର ସଂଜିତ ଉର୍ମାଙ୍କ ପୁଅ କ୍ରିଷ୍ଣା ଊର୍ମା । ପାଳଗଦା ନିଆଁରୁ ଦୁଇ ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପାଳଗଦାରେ ଲାଗିଲା ନିଆଁ । ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇଜଣ ନାବାଳକ ।
/kanak/media/media_files/2025/01/11/mCTBhYX2jOwBzPZy866p.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)