କନକ ବ୍ୟୁରୋ : ଅସଲି ପୋଲିସ ହାତରେ ନକଲି ପୋଲିସ । ଫେସବୁକରେ ନିଜକୁ ଇନ୍ସପେକ୍ଟର ଭାବେ ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ନିବେଦନ କରିବା ମହଙ୍ଗା ପଡିଛି। ଖଣ୍ଡଗିରି ପୋଲିସ ଏଭଳି ଜଣେ ନକଲି ପୋଲିସ ଅଫିସରଙ୍କୁ ଗିରଫ କରିଛି । ତାର ନାଁ ସୁବାସ ଚନ୍ଦ୍ର କହଁର । ଘର ଭଦ୍ରକ । ସେ ନିଜକୁ ଇନ୍ସପେକ୍ଟର, ମନୋଜ କୁମାର ମିଶ୍ରର ପରିଚୟ ଦେଉଥିଲା। ଇନଷ୍ପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କ ବିବାହ କରିଥିଲେ। ରାଉରକେଲାରେ ପୋଲିସ ଇନ୍ସପେକ୍ଟର ଥିବା ମିଛ କହିଥିଲେ ସୁବାସ। ଯୁବତୀଙ୍କୁ ଯେପରି ସନ୍ଦେହ ନହେବ ସେଥିପାଇଁ ପୋଲିସ ଡ୍ରେସରେ ଫଟୋ ଏଡିଟ କରି ତାଙ୍କ ପାଖକୁ ପଠାଉଥିଲେ । ବିବାହ ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ତାଙ୍କ ସତ ଧରାପଡିଯିବା ଭୟରେ ତାଙ୍କୁ ଘରକୁ ନନେଇ ଖଣ୍ଡଗିରି ସରକନ୍ତରା ସ୍ଥିତ ଏକ ଭଡାଘର ରଖିଥିଲେ । ତେବେ ଯୁବତୀ ଜଣଙ୍କର ସନ୍ଦେହ ହେବାରୁ ସେ ସୁବାସ ଚଢୁଥିବା ଏକ ସୁଇଫ୍ଟ ଡିଜାୟାର କାରର ରେଜିଷ୍ଟ୍ରେସନ ନମ୍ବର ଜରିଆରେ ପ୍ରକୃତ ସତ ଜାଣିବାକୁ ପାଇଥିଲେ । ଏ ନେଇ ଥାନାରେ ଏତଲା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ପରେ ଅତି ରୋଚକ ତଥ୍ୟ ପୋଲିସ ହାତରେ ଲାଗିଛି । ଏହି ବିବାହ ପୂର୍ବରୁ ସେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ବିବାହ କରିଛନ୍ତି। ନକଲି ପୋଲିସ ଜଣଙ୍କର ପ୍ରକୃତ ବୟସ ୫୫ ହୋଇଥିବା ବେଳେ ତାଙ୍କର ୨୫ ବର୍ଷର ପୁଅ ମଧ୍ୟ ରହିଛି । କିନ୍ତୁ ପ୍ରାପ୍ତ ବୟସରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଓ ଟଙ୍କା ଠକେଇ ପାଇଁ ସେ ନିଜକୁ ପୋଲିସ କହୁଥିବା କହିଛନ୍ତି ଏସିପି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us