ପଥର ମାଫିଆଙ୍କୁ ଗୋଡାଇ ଧରିଲା ପୋଲିସ,  ଚୋରା ଚାଲାଣ ବେଳେ ୬ଟି ପଥର ବୋଝେଇ ଡମ୍ପର ଜବତ

Advertisment

ଚୋରା ଚାଲାଣ ବେଳେ ୬ଟି ପଥର ବୋଝେଇ ଡମ୍ପର ଜବତ । ବାଗୁଡ଼ି ଅଞ୍ଚଳରୁ ହେଉଥିଲା ଚୋରା ଚାଲାଣ ।

ଚୋରା ଚାଲାଣ ବେଳେ ୬ଟି ପଥର ବୋଝେଇ ଡମ୍ପର ଜବତ । ବାଗୁଡ଼ି ଅଞ୍ଚଳରୁ ହେଉଥିଲା ଚୋରା ଚାଲାଣ ।

ପଥର ମାଫିଆଙ୍କୁ ଗୋଡ଼ାଇ ଧରିଲେ

ପଥର ମାଫିଆଙ୍କୁ ଗୋଡ଼ାଇ ଧରିଲେ Photograph: (kanakNews)

କନକ ବ୍ୟୁରୋ: ପଥର ଚୋରା ଚାଲାଣ ବେଳେ ମାଇନ୍ସ ବିଭାଗ ପକ୍ଷରୁ ଚଢ଼ାଉ । ୬ଟି ପଥର ବୋଝେଇ ଡମ୍ପର ଜବତ ୪ଜଣ ଡ୍ରାଇଭର ଅଟକ । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ବାଗୁଡ଼ି ଅଂଚଳରୁ  ଜଳେଶ୍ୱର ଥାନା ଅଞ୍ଚଳକୁ ଚୋରାରେ ଚାଲାଣ ହେଉଥିଲା ପଥର । ସରସିଦା ଗାଁ ଲୋକ ଗାଡି ଗୁଡିକୁ ଅଟକ ରଖି ମାଇନ୍ସ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଜଳେଶ୍ୱର ଜୁନିଅର ମାଇନିଂ ଅଫିସର ଜିତେନ୍ଦ୍ର କୁମାର ଦାସ ଓ ଜଗନ୍ନାଥ ଦାସ ଘଟଣାସ୍ଥଳରେ କାଗଜପତ୍ର ଯାଂଚ କରିଥିଲେ ।

ହେଲେ ଡମ୍ପର ଡ୍ରାଇଭର ପାଖରେ କୌଣସି କାଗଜ ପତ୍ର ନଥିବାରୁ ମାଇନିଂ ବିଭାଗ ୬ଟି ଚୋରା ପଥର ବୋଝେଇ ଡମ୍ପର  ଜବତ କରିବା ସହ ୪ ଜଣ ଡ୍ରାଇଭରକୁ ଅଟକ ରଖିଛି । ଘଟଣାସ୍ଥଳରୁ ୨ ଜଣ ଡ୍ରାଇଭର ଚମ୍ପଟ ମାରିଛନ୍ତି । ମାଇନ୍ସ ବିଭାଗ ୪ ଡ୍ରାଇଭରଙ୍କୁ ଜଳେଶ୍ୱର ଥାନାରେ ଜିମା ଦେଇଛନ୍ତି । ଘଟଣାର ତଦନ୍ତ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe