କନକ ବ୍ୟୁରୋ : ଭୁବନେଶ୍ବରରେ ଚାଲିବ ଡବଲ୍ ଡେକର ଇଲେକ୍ଟ୍ରିକ୍ ବସ୍ । ଏଥିପାଇଁ ଘରୋଇ ସଂସ୍ଥାମାନଙ୍କୁ ଟେଣ୍ଡର ଆହ୍ବାନ କରିଛି କ୍ରୁଟ୍ । ଭୁବନେଶ୍ବର, କଟକ ଓ ପୁରୀରେ ଚାଲିବ ଏହି ଡବଲ୍ ଡେକର ଇ-ବସ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ ଡେକର୍ ବସ୍ ଆସିବ । ଏହି ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ । ସଂପୃକ୍ତ ସଂସ୍ଥା ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ଯୋଗାଇବ । ଆବଶ୍ୟକ ପଡିଲେ ଆହୁରି ୨ ବର୍ଷ ଚୁକ୍ତି ବଢାଯାଇପାରେ ।