କନକ ବ୍ୟୁରୋ: ବଡ଼ମେଡିକାଲରେ ବଡ ଅବ୍ୟବସ୍ଥା। ବିଶ୍ବସ୍ତରୀୟ ହେବାକୁ ଯାଉଥିବା ଏସସିବି ମେଡିକାଲର ବିକଳ ଚିତ୍ର । ତାର ରେ ଝୁଲୁଛି ସାଲାଇନ ବୋତଲ,ଏସସିବିର ସର୍ଜରୀ ଓ୍ବାର୍ଡ ଭିତରେ ଦେଖିବାକୁ ମିଳିଛି ଅବ୍ୟବସ୍ଥାର ଚିତ୍ର । ରୋଗୀଙ୍କୁ ଦିଆଯାଇଥିବା ସାଲାଇନ ବୋତଲ ସବୁ ବିପଦଜନକ ଅବସ୍ଥାରେ ତାର ସାହାଯ୍ୟରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ସେହି ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କେହିଜଣେ ରୋଗୀଙ୍କ ସମ୍ପର୍କୀୟ ଏହାକୁ ଲୋକଲୋଚନକୁ ଆଣିବା ପାଇଁ ଭାଇରାଲ କରିଥିବା ଅନୁମାନ କରାଯାଉଛି । ମେଡିକାଲ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ସାମାନ୍ୟ ସାଲାଇନ ଷ୍ଟାଣ୍ଡଟିଏ ମେଡିକାଲ କର୍ତ୍ତୃପକ୍ଷ ଯୋଗାଇ ପାରୁନାହାଁନ୍ତି । ସବୁବେଳେ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କ ନଜରରେ ଏହା ପଡୁଛି । ହେଲେ ଷ୍ଟାଣ୍ଡଟିଏ ଲଗାଇବାକୁ ଅବଶ୍ୟକୀୟ ପଦକ୍ଷେପ ନିଆଯାଇପାରୁ ନାହିଁ । ଅନ୍ୟପଟେ ଘଟଣାକୁ ମାନିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । କିନ୍ତୁ ନିଜ ଦୋଷ ଲୁଚାଇବାକୁ ଯାଇ ମେଡିକାଲକୁ ଅତ୍ୟଧିକ ରୋଗୀ ଆସୁଥିବା ଏହାର କାରଣ କହି ସଫେଇ ଦେଇଛନ୍ତି ।
ଏସସିବି ମେଡିକାଲରେ ଚିକିତ୍ସା ବ୍ୟବସ୍ଥାର ବିକଳ ଚିତ୍ର; ତାରରେ ଝୁଲାଇ ରୋଗୀଙ୍କୁ ଦିଆଯାଉଛି ସାଲାଇନ୍
ବଡ଼ମେଡିକାଲରେ ବଡ ଅବ୍ୟବସ୍ଥା । ବିଶ୍ବସ୍ତରୀୟ ହେବାକୁ ଯାଉଥିବା ଏସସିବି ମେଡିକାଲର ବିକଳ ଚିତ୍ର। ତାର ରେ ଝୁଲୁଛି ସାଲାଇନ ବୋତଲ। ଏସସିବିର ସର୍ଜରୀ ଓ୍ବାର୍ଡ ଭିତରେ ଦେଖିବାକୁ ମିଳିଛି ଅବ୍ୟବସ୍ଥାର ଚିତ୍ର । ରୋଗୀଙ୍କୁ ଦିଆଯାଇଥିବା ସାଲାଇନ ବୋତଲ ସବୁ ବିପଦଜନକ ଅବସ୍ଥାରେ ତାର ସାହାଯ୍ୟରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି।
/kanak/media/media_files/2025/01/27/ZzkMvxu3g1hVQAz3SCGv.jpg)