କନକ ବ୍ୟୁରୋ : ବସ୍ତା ଜଳେଶ୍ୱର ମାଙ୍କଡିଆ ପଞ୍ଚାୟତ ନିକଟରେ ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ ସ୍ଥାନୀୟ ଲୋକଙ୍କ ବିରୋଧ ଦ୍ବିତୀୟ ଦିନରେ ପହଞ୍ଚିଛି । ଆଜି ବି ଉତ୍ତୋଳନକୁ ନେଇ ସେଠାରେ ଚାପା ଉତ୍ତେଜନା ଲାଗିରହିଛି । ସରକାର ଏହି ଖାଦାନକୁ ନିଲାମ ଦେଇଥିଲେ ମଧ୍ୟ ବାଲି ବ୍ୟବସାୟୀ ମାନେ ସରକାରୀ ନିୟମକୁ ବେଖାତିର କରି ଜେସିବି ଏବଂ ଟ୍ରାକ୍ଟର ଲଗାଇ ଉତ୍ତୋଳନ କରୁଥିବାରୁ ଗାଁ ପ୍ରତି ବିପଦ ରହିଛି । ତେଣୁ ଏହାକୁ ବିରୋଧ କରି ଗତକାଲି ରାତିରେ ୨ଟି ଜେସିବି ଏବଂ ୧୦ଟି ଟ୍ରାକ୍ଟର ଅଟକ ରଖିଥିଲେ ଗାଁ ଲୋକେ । ଘଟଣା ସ୍ଥଳରେ ରାଇବଣିଆ ପୋଲିସ ପହଞ୍ଚି ଗାଡ଼ିଗୁଡିକୁ ଜବତ କରିଥିଲା ।
ଜଳେଶ୍ବରରେ ବାଲି ଉତ୍ତେଳନ ଦ୍ବାରା ମାଙ୍କଡିଆ ନିକଟରେ ସୁବର୍ଣ୍ଣ ରେଖା ନଦୀ ପାଖାପାଖି ୧୮ ଶହ ମିଟର କୂଳ ଖାଇଛି । ଯାହାଫଳରେ ମାଙ୍କଡିଆ ଓ କୁଆଁରପୁର ଦୁଇଟି ଗାଁ ନଦୀ ଗର୍ଭରେ ଲୀନ ହୋଇଯାଇଛି । ସରକାରଙ୍କ ତରଫରୁ ପଥର ପ୍ୟାକିଂ କରାଯାଇଥିଲେ ବି ବାଲିଖନନ ଦ୍ବାରା ଏହି ପଥର ପ୍ୟାକିଂ ନଷ୍ଟ ହୋଇ ଗାଁ ପ୍ରତି ବିପଦ ସୃଷ୍ଟି ହେବା ସମ୍ଭାବନା ଥିବାରୁ ସଂପୃକ୍ତ ଅଂଚଳରେ ବାଲିଖନନକୁ ବିରୋଧ କରୁଛନ୍ତି ଗ୍ରାମବାସୀ । ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଜଳେଶ୍ବର ଜୁନିୟର ଖଣି ଅଧିକରୀ, ତହସିଲଦାର ଏବଂ ରାଣିବଣିଆ ଥାନା ଅଧିକାରିଣୀ ଲୋକଙ୍କୁ ବୁଝାସୁଝା କରିଛନ୍ତି । ବାଲିଖାଦାନକୁ ଯାଇ ସ୍ଥିତି ତଦାରଖ କରିଛନ୍ତି ।
ଲୋକଙ୍କ ସହ ଆଲୋଚନା କରି ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଶାସନିକ ଅଧିକରୀ । ଏବେ ଅପେକ୍ଷା ଲୋକଙ୍କୁ ନ୍ୟାୟ ମିଳୁଛି କେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/29/Ecz160qauaH9bp90ZANj.jpg)