କନକ ବ୍ୟୁରୋ : ଲୋକେ ମେଡିକାଲ ଆସନ୍ତି ଚିକିତ୍ସା ପାଇଁ । କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ଆସନ୍ତ ରୋଗ ଭଲ କରିବାକୁ ନୁହେଁ ବରଂ କିଣିନେବାକୁ । ଆଗ ପଛ ହୋଇ ଧାଡ଼ି ଲାଗିଛି, ଗିନା, ଥାଳି । ଖାଦ୍ୟ ଦିଆଯାଉଛି ବିଳମ୍ବରେ । ଡେରି ହେଲେ କାଳେ ଖାଇବାକୁ ମିଳିବନି ସେହି ଦ୍ବନ୍ଦ୍ବରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଗିନା, ଥାଳି ରଖି ଧାଡି ଲଗାଇଛନ୍ତି । ଡାକ୍ତରଖାନାରେ ଘଣ୍ଟା ଘଣ୍ଟା ଧରି ବାସନ ତଳେ ଥୋଇ ପ୍ରାୟ ଅଢେଇ ଘଣ୍ଟା ଧରି ଅସ୍ବାସ୍ଥ୍ୟକର ପରିବେଶରେ ଅପେକ୍ଷା କରୁଛନ୍ତି । ତେଣୁ ଏହି ଖାଦ୍ୟ ଖାଇ ରୋଗୀଙ୍କ କଣ ହେଉଥିବ ସେମାନେ ଜାଣିଛନ୍ତି । ଅଭିଯୋଗ ଅନୁସାରେ, ବିଳମ୍ବରେ ଖାଦ୍ୟ ମିଳୁଛି। ତେଣୁ ଯେଉଁ ରୋଗୀ ମାନେ ଆସୁଛନ୍ତି ଖାଇ ସାରି ଔଷଧ ଖାଇବେ । ଆଉ ଧାଡ଼ି ରେ ନରହିଲେ କିଭଳି ରୋଗୀ ଖାଦ୍ୟ ଖାଇବେ ।
କେନ୍ଦ୍ରପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପ୍ରତିଦିନ ୨୫୦ରୁ ଅଧିକ ରୋଗୀଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ରହିଛି। ଅନେକ ରୋଗୀ ଆସୁଛନ୍ତି, ଯାହାଙ୍କ ସହାୟକ ନାହାନ୍ତି, ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ଓ ତଳେ ବାସନ ରଖି ଖାଇବା ଦ୍ଵାରା, ରୋଗୀ ଅସ୍ବାସ୍ଥ୍ୟକର ପରିବେଶ ଭିତରେ ଗତି କରୁଛନ୍ତି। ଆଉ ହାଲୁକା ଭାବେ ଜିଲ୍ଲାପାଳ କହିଛନ୍ତି, ଏଥିପ୍ରତି ଦୃଷ୍ଟି ଦିଆଯିବ ।
କେନ୍ଦ୍ରପଡାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଖାଇବା ପାଇଁ ଲୋକଙ୍କ ବିକଳ ଅବସ୍ଥା ଦେଖିଲେ ଅନୁମାନ କରିହେବ, ସ୍ଥାସ୍ଥ୍ୟସେବା କେମିତି ଚାଲିଥିବ ।