କନକବ୍ୟୁରୋ : ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ଆଉ କିଛି ସମୟର ଅପେକ୍ଷା । ବିଦାୟ ନେବ ୨୦୨୪ । ବଦଳି ଯାଇଛି ଓଡ଼ିଶାର ରାଜନୈତିକ ସମୀକରଣ । ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡିକୁ ଲିଟମସ ଟେଷ୍ଟ ର ସାମ୍ନା କରିବାକୁ ପଡ଼ିଥିଲା ।
ଆଉ ଶେଷରେ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡିକୁ ପରାଜୟ ବରଣ କରିଥିଲା । ଏଥିପାଇଁ ଦଳର ଅଧିକାଂଶ ନେତା ଦଳର ଅଦୃଶ୍ୟ କ୍ଷମତା କେନ୍ଦ୍ର ପାଣ୍ଡିଆନଙ୍କୁ ଦାୟୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କିନ୍ତୁ ଏଥିପାଇଁ ବିଜେପିର ମିଥ୍ୟା ନେରେଟିଭକୁ ଦାୟୀ କରିଛନ୍ତି । ତେବେ ବିଜେଡି ପାଇଁ କିଭଳି ଥିଲା ବର୍ଷ ୨୦୨୪ ଆସନ୍ତୁ ନଜର ପକାଇବା ଏହି ରିପୋର୍ଟ ଉପରେ .....
ବିଜେଡି ପାଇଁ ବିପର୍ଯ୍ୟୟର ବର୍ଷ , ଲଗାତାର ୨୪ ବର୍ଷ ଧରି ଶାସନ କ୍ଷମତା ରେ ଥିବା ଦଳକୁ ପରାଜୟ ବରଣ କରିବାକୁ ପଡ଼ିଥିଲା
ଫେଲ ମାରିଲା ପାଣ୍ଡିଆନଙ୍କ ଫ୍ୟାକ୍ଟର
ମାତ ଖାଇଲା କୁଚକ୍ରୀ ଗୋଷ୍ଠୀର ସବୁ ଚାଲ
ଶେଷରେ ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ଗୋଟିକ ପରେ ଗୋଟିଏ ନେତା
ଆଉ କାମ ଦେଲନି ନବୀନଙ୍କ ସ୍ୱଚ୍ଚ ନିର୍ମଳ ଭାବ ମୂର୍ତ୍ତି
ଦଳକୁ ମିଳିଲାନି ବହୁମତ
ଶାସନରୁ ଗାଦିଚ୍ୟୁତ ହେଲା ବିଜେଡି
ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ବର୍ଷ ୨୦୨୪ ନିର୍ବାଚନ ଓଡ଼ିଶା ରାଜନୀତିରେ
ରାତାରାତି ପରିବର୍ତ୍ତନ ହୋଇଥଲା ସତ୍ତା
କାହିଁକି ନିଜର ସତ୍ତା ହରେଇଲା ବିଜେଡି.. କଣ ରହିଥିଲା ଏହାର ମୂଖ୍ୟ କାରଣ .. କେଉଁ କାରଣ ପାଇଁ କ୍ଷଣିକରେ ଟଳିପଡିଲା ବିଜେଡିର ଗଡ ଏମିତି କିଛି ତମାମ ପ୍ରଶ୍ନ ରହିଥିଲା ୨୦୨୪ ନିର୍ବାଚନ ରାଜନୀତିରେ ।
ସୁଶାସନ ଦକ୍ଷ ମୁଖ୍ୟମନ୍ତ୍ରୀ ଭାବେ ସାରା ବିଶ୍ବରେ ପରିଚିତି ନବୀନ ପଟ୍ଟନାୟକ.. ସେ ତାଙ୍କର ନିର୍ମଳ ଭାବମୂର୍ତ୍ତି ପାଇଁ ପୁରା ଭାରତ ବର୍ଷରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପରିଚିତି ଥିଲେ .. ୨୪ ବର୍ଷର ଶାସନ ଯାହା ତାଙ୍କୁ ଏଭଳି ପରିଚୟରେ ପରିଚିତ କରିଥିଲା କିନ୍ତୁ ଯାହା ୨୪ବର୍ଷରେ ହୋଇନଥିଲା ତାହା
୨୦୨୪ରେ ଘଟିଛି. ଓଡିଶାର ରାଜନୈତିକ ପାଣିପାଗ ପୁରା ନିଜର ସତ୍ତା ବଦଳେଇ ଦେଇଚି ଏହାରି ଭିତରେ ବହୁ ରାଜନେତା ବିଦାୟ ନେଇଥିବା ବେଳେ ଆହୁରି ଅନେକ ରାଜନେତା ଦଳବଦଳ ପାଇଁ ଚର୍ଚ୍ଚାରେ ରହିଛନ୍ତି .. ତେବେ ଏହାରି ଏହାରି ଭିତରେ ରାଜନୈତିକ ପାଣିପାଗରେ ପୁରା ଚିତ୍ର ବଦଳିଛି..
କଣ ରହିଥିଲା ପୁରା ପରିବର୍ତ୍ତନ ଆସନ୍ତୁ ଜାଣିବା....................................
ବଦଳିଲା ୨୪ବର୍ଷର ସରକାର , ରାଜ୍ୟରେ ଘଟିଛି କ୍ଷମତାର ପରିବର୍ତନ, ସମସ୍ତ ପରିବର୍ତନ ଆକଳନ ଭୁଲ୍ ହେବା ପରେ ସତ୍ତାକୁ ଫେରିଛି ବିଜେପି ଅପ୍ରତ୍ୟାଶୀତ ଭାବେ ତାସ ପତା ପରି ଭୁଶୁଡ଼ି ପଡ଼ିଛି ବିଜେଡି ସରକାର. , ୨୪ ବର୍ଷର ବିଜେଡି ସରକାର ହୋଇଛି ଲାଇନଚୁତ୍ୟ..
କ୍ଷମତା ଗାଦି ରୁ ଓଲ୍ଲାଇଛି ବିଜୁ ଜନତା ଦଳ.. ଏହାରି ଭିତରେ ଚାଲିଥିଲା ୫ଟି ରୂପାନ୍ତିକରଣ ବନାମ ଓଡ଼ିଆ ଅସ୍ମିତା . କିନ୍ତୁ ଏହାରି ଭିତରେ ବାଜି ମାରିଥିଲା ବିଜେପିର ଅସ୍ମିତା କାର୍ଡ ... ବିଜେପି ଅସ୍ମିତା କାର୍ଡ ପାଖରେ ବିଜେଡିର କୌଣସି ଜବାବ ନଥିଲା... ଫଳରେ କ୍ଷମତା ରାଜନୀତିରେ ପଛରେ ପଡିଯାଇଥିଲା ବିଜେଡି... ଏହାରି ଫଳରେ ଶାସନ ଗାଦି ହାତେଇବାରେ ସଫଳ ହୋଇଥିଲା ବିଜେପି ।
୨୦୨୪ ରେ ବିଜେଡିର ବିକଳ୍ପ ଭାବେ ସରକାରକୁ ଆସିଛି ବିଜେପି..ସାଧାରଣ ଜନତା ଓଡିଶାରେ ପଦ୍ମକୁ ବାଛିଥିବା ବେଳେ ଏବେ ଓଡିଶାରେ ପଦ୍ମ ଫୁଟିଛି.. ସମସ୍ତ ଆକଳନ ଭୁଲ୍ ହେବା ପରେ କ୍ଷମତାକୁ ଅକ୍ତିଆର କରିଛି ବିଜେପି.. ୭୮ଆସନ ସହ ସରକାର ଗଠନ କରିଛି ବିଜେପି ଏଥିରେ ରହିଛି ୩ ସ୍ଵାଧୀନ ବିଧାୟକଙ୍କ ସମର୍ଥନ..
କିନ୍ତୁ ୨୦୨୪ରେ ପ୍ରଥମ ଥର ପାଇଁ କ୍ଷମତାକୁ ଫେରିଛି ଦଳ ପୁର୍ବରୁ ଦୁଇଥର ମେଣ୍ଟ ସରକାରରେ ସାମିଲ ହୋଇଥିଲା ଦଳ. . କିନ୍ତୁ ୨୦୦୦ ରୁ ୨୦୦୪ ଓ ୨୦୦୪ ରୁ ୨୦୦୯ ପର୍ୟ୍ୟନ୍ତ ବିଜେଡ଼ି ସରକାର ରେ ସାମିଲ ଥିଲା ବିଜେପି . କିନ୍ତୁ ଏଥର ରାଜ୍ୟରେ ଏକାକୀ ସରକାର ଗଠନ କରିଛି ଦଳ....
ଏବେ ଆସନ୍ତୁ ନଜର ପକାଇବା ଓଡିଶାରେ ନବୀନ ବିରୋଧୀ ଦଳ ଭାବେ ସାଜିଥିବା ଆଭିମୁଖ୍ୟ ......
ନବୀନଙ୍କ ନେତୃତ୍ବରେ ହାରିଛି ବିଜେଡ଼ି.. ନିର୍ବାଚନରେ ପରାଜୟ ପରେ ବିରୋଧୀ ଦଳରେ ବସିଲା ବିଜେଡ଼ି ନବୀନ ବିରୋଧୀ ଦଳ ନେତା ନହୋଇ ଦଳରେ ଆଉ କାହାକୁ ଦାୟିତ୍ୱ ଦେବେ ବୋଲି ଚର୍ଚ୍ଚା ମଧ୍ୟ୍ୟ ହେଲା କିନ୍ତୁ ନବୀନ ଓଡିଶା ନ ଛାଡି ସକ୍ରିୟ ରାଜନୀତିରେ ରହିଲେ...
ବିରୋଧୀ ଦଳର ନେତା ଭାବେ ନବୀନ କାର୍ୟ୍ୟ ଆରମ୍ଭ କରିଥିଲେ... ସକ୍ରିୟ ଭାବେ ନହେଲେ ମଧ୍ୟ ଶାଣିତ ଭାବେ ବିରୋଧୀ ଦଳର ନେତା ଭାବେ ନବୀନ ବିଧାନସଭାରେ କାର୍ଯ୍ୟ କରୁଛନ୍ତି .... କିନ୍ତୁ ଏହାରି ଭିତରେ ସାଧାରଣ ନିର୍ବାଚନ ପୁର୍ବରୁ ଦଳ ବଦଳ ରାଜନୀତି ପୁର୍ବରୁ ସବୁ ରେକର୍ଡ ଭାଙ୍ଗିଥିଲା ...
ଦଳ ବଦଳରେ ବିଜେପି ଅଧିକା ଫାଇଦାରେ ଥିବା ଦେଖିବାକୁ ମିଳିଥିଲା ... ବିଜେଡ଼ି ଛାଡି ଅଧିକ ନେତା ନେତ୍ରୀ ବିଜେପି ମୁହାଁ ହୋଇଥିଲେ....
ସେମାନଙ୍କ ମଧ୍ୟରୁ ଅଧିକାଂଶ ଟିକେଟ ପାଇବା ଆଶାରେ ନିର୍ବାଚନ ରାଜନୀତିରେ ମଧ୍ୟ ସଫଳ ହୋଇଥିଲେ ... କିନ୍ତୁ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ନେତା ପରାଜୟର ସମ୍ମୁଖୀନ ମଧ୍ୟ୍ୟ ହୋଇଥିବା ଦେଖିବାକୁ ମିଳିଥିଲା
ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ କ୍ଷମତା ବଦଳିଛି । ଅନେକ ଆଶା, ଅନେକ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଛି । ହେଲେ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପୁରଣ କରିବାରେ ସଫଳ ହେବ ତାହା ସମୟ କହିବ