ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ; ବାରଣ୍ଡାରେ ଚାଲିଛି ଭବିଷ୍ୟତ ଗଢା

Advertisment

ପିଲା ବାରଣ୍ଡାରେ ବସିଛନ୍ତି ଏବଂ ଶିକ୍ଷକ ଚଟାଣରେ ବସିଛନ୍ତି , ଆଉ ଚାଲିଛି ପାଠପଢ଼ା । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏ ବିପର୍ଯ୍ୟସ୍ତ ଚିତ୍ର ହେଉଛି ଧର୍ମଗଡ଼ ବ୍ଲକ ଲଛିପୁରରେ ଥିବା ପ୍ରାଥମିକ ବିଦ୍ୟାଳୟର । କାରଣ ପିଲାଙ୍କ ପଢ଼ା ପାଇଁ ଥିବା ଶ୍ରେଣୀଗୃହର ଅବସ୍ଥା ନକହିବା ଭଲ , ଲୁହା ରଡ଼ ଦେଖାଯାଉଛି ।

ପିଲା ବାରଣ୍ଡାରେ ବସିଛନ୍ତି ଏବଂ ଶିକ୍ଷକ ଚଟାଣରେ ବସିଛନ୍ତି , ଆଉ ଚାଲିଛି ପାଠପଢ଼ା । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏ ବିପର୍ଯ୍ୟସ୍ତ ଚିତ୍ର ହେଉଛି ଧର୍ମଗଡ଼ ବ୍ଲକ ଲଛିପୁରରେ ଥିବା ପ୍ରାଥମିକ ବିଦ୍ୟାଳୟର । କାରଣ ପିଲାଙ୍କ ପଢ଼ା ପାଇଁ ଥିବା ଶ୍ରେଣୀଗୃହର ଅବସ୍ଥା ନକହିବା ଭଲ , ଲୁହା ରଡ଼ ଦେଖାଯାଉଛି ।

25

କନକ ବ୍ୟୁରୋ : ଶିକ୍ଷାର ବିକାଶ ହେଲେ ଦେଶର ବିକାଶ ହେବ । ହେଲେ ଯେଉଁଠି ଶିକ୍ଷାର ଅବସ୍ଥା ବିପର୍ଯ୍ୟସ୍ତ ସେଠି କେତେ ବିକାଶ ହେବ ତାହା ସହଜରେ ଅନୁମାନ କରାଯାଇପାରେ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଲଛିପୁର ଗାଁ , ପିଲା ବାରଣ୍ଡାରେ ବସିଛନ୍ତି । ଶିକ୍ଷକ ବି ଚଟାଣରେ ବସିଛନ୍ତି , ଆଉ ଚାଲିଛି ପାଠପଢ଼ା । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏ ବିପର୍ଯ୍ୟସ୍ତ ଚିତ୍ର ହେଉଛି ଧର୍ମଗଡ଼ ବ୍ଲକ ଲଛିପୁରରେ ଥିବା ପ୍ରାଥମିକ ବିଦ୍ୟାଳୟର । କାରଣ ପିଲାଙ୍କ ପଢ଼ା ପାଇଁ ଥିବା ଶ୍ରେଣୀଗୃହର ଅବସ୍ଥା ନକହିବା ଭଲ , ଲୁହା ରଡ଼ ଦେଖାଯାଉଛି । ସିମେଣ୍ଟ ଖଣ୍ଡ ଖସିଗଲାଣି , ବର୍ଷାଦିନେ ଛାତରୁ ପାଣି ଗଳୁଛି । କେତେବେଳେ ଏହା ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିବ କହିହେଉନାହିଁ । ନିଜ ଜୀବନ ସୁରକ୍ଷା ନେଇ ବାହାରେ ଚାଲିଛି ଶିକ୍ଷାଦାନ । ଏହି ସମସ୍ୟା ନେଇ ବହୁବାର ଜଣାଯାଇଛି।  ହେଲେ ସମସ୍ୟା ପ୍ରତି କାହାର ନଜର ନାହିଁ  ।

ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୪୩ ଜଣ ପିଲା ପାଠ ପଢ଼ନ୍ତି । ହେଲେ ୨ଟି ଶ୍ରେଣୀଗୃହ ବିଶିଷ୍ଟ ଏହି ବିଦ୍ୟାଳୟରେ ପାଠ ପଢ଼ାଇବାକୁ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ । ୪୦ ବର୍ଷ ତଳୁ ନିର୍ମିତ ଏହି ବିଦ୍ୟାଳୟକୁ ଭୁଲିଯାଇଛି ଶିକ୍ଷା ବିଭାଗ । ଅନ୍ୟପଟେ ଖୁବଶୀଘ୍ର ସ୍କୁଲ ସମସ୍ୟାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ । ୪୦ ବର୍ଷ ଧରି ବିଦ୍ୟାଳୟ ମରାମତିର ଚିନ୍ତା କ’ଣ ଥରେ କାହା ମନକୁ ଆସିଲାନି ? ନା ଏଥିରୁ ଆମେ ବୁଝିବା ଯେ କେବଳ କିଛି ଅଘଟଣ ଘଟିଲେ ହିଁ କର୍ମତତ୍ପର ହୋଇଉଠେ ଶିକ୍ଷା ବିଭାଗ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe