ଶବ ଖୋଜୁଛି ବାପାର ପରିଚୟ ; ମୃତ ପୁଅର ବାପା ପରିଚୟରେ ୨ ବ୍ୟକ୍ତି !

ଶବ ଖୋଜୁଛି ବାପାର ପରିଚୟ। ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଛାତ୍ରର ମୃତଦେହ ନେବାକୁ ଦୁଇଜଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରୁ ଏଭଳି ଏକ ଚିତ୍ର ସାମନାକୁ ଆସିଛି।

son

କନକ ବ୍ୟୁରୋ: ଶବ ଖୋଜୁଛି ବାପାର ପରିଚୟ। ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଛାତ୍ରର ମୃତଦେହ ନେବାକୁ ଦୁଇଜଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରୁ ଏଭଳି ଏକ ଚିତ୍ର ସାମନାକୁ ଆସିଛି। ମୃତଦେହ ନିଜ ପୁଅର ବୋଲି ଦାବିକରିଛନ୍ତି  ଉଭୟ ବ୍ୟକ୍ତି ଏବଂ ଥାନାର ଦ୍ୱାରସ୍ଥ ହୋଇଛନ୍ତି। 

ଭଦ୍ରକ ଧାମରାର ସଞ୍ଜୀବ କୁମାର ବିଶ୍ୱାଳ ନିଜ ପୁଅ ସହ ସୋରରେ ଘରଭଡ଼ା ନେଇ ରହୁଥିବା ବେଳେ  ତାଙ୍କ ପୁଅ ସୌମ୍ୟରଞ୍ଜନ ବିଶ୍ୱାଳ ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ  ଏବଂ ସେଠାରେ ବୁଡ଼ି ଯାଇଥିଲେ। ସୋର ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଆଣିଥିଲେ ବି ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ସନ୍ଧ୍ୟାରେ ହଠାତ ଭଦ୍ରକ ବଇଞ୍ଚା ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ଆସି ମୃତ ଛାତ୍ରଙ୍କୁ ନିଜ ପୁଅ ବୋଲି ଦାବି କରିଥିଲେ। । ଏହାକୁ ନେଇ ଶବ ବ୍ୟବଚ୍ଛେଦ ବେଳେ ବିବାଦ ଦେଖାଦେଇଥିଲା। ସେପଟେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ଦାବିଦାର ପୁଅର ଶବକୁ ନେବାକୁ ଏବେ ବି ଥାନାରେ ଥିବା ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe