କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ।  ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଏବେ ଏହା ପାରାଦୀପଠାରୁ ୬୭୦ କିଲୋମିଟର ଦୂରରେ ରହିଛି  । ପରବର୍ତ୍ତୀ ସମୟରେ ନେବ ଭୀଷଣ ବାତ୍ୟା ରୂପ । ୨୪ ରାତିରୁ ୨୫ ସକାଳ ମଧ୍ୟରେ ଛୁଇଁବ ସ୍ଥଳଭାଗ । ସ୍ଥଳଭାଗ ଛୁଇଁବା ବେଳକୁ  ଘଣ୍ଟାପ୍ରତି ୧୦୦-୧୨୦ ବେଗରେ ବହିବ ପବନ । ପାଖାପାଖି ୧୯ଟି ଜିଲ୍ଲାରେ ବାତ୍ୟା ଦାନାର ପ୍ରଭାବ ପଡିବ ବୋଲି ପୂୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।