କନକ ବ୍ୟୁରୋ : ନବରଙ୍ଗପୁର ନନ୍ଦାହାଣ୍ଡିରେ ପାଇଖାନା ଟାଙ୍କିରେ ଫସି ମୃତ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ ।
ସୂଚନା ଥାଉକି, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡା ଗାଁରେ ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ୪ ଜଣ ଶ୍ୱାସରୁଦ୍ଧ ହୋଇ ପଡିଥିଲେ । ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ମେଡିକାଲରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଏନ୍ ସନ୍ତୁ (୨୮), ଅମିର ଖୁରା (୩୦), ତ୍ରିଲୋଚନ ଭତରା (୨୫), ଲାଲୁ ରଣା କାମରା (୨୬ ବର୍ଷ) । ଏ ୪ ଜଣଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।