ଶବକୁ ଅସମ୍ମାନ; ଗୋପରେ ଟ୍ରଲିରେ ବୁହାହେଲା ମୃତଦେହ

ତଳସାହି ଗାଁର ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ମୃତ୍ୟୁ ପରେ ଗାଡ଼ି ନେବା ପାଇଁ ଶବ ମିଳିନଥିବା ଅଭିଯୋଗ । ସେପଟେ ଦୋଷ ଛଡ଼ାଇଲା ଡାକ୍ତରଖାନା।

Deadbody on Trolly

କନକ ବ୍ୟୁରୋ : ଶବକୁ ଅସମ୍ମାନ । ପୁଣି ଟ୍ରଲିରେ ବୁହାହେଲା ଶବ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୋପ ବ୍ଲକ ଅଞ୍ଚଳରେ । ସୂଚନା ଅନୁସାରେ ଗୋପ ମେଡିକାଲ ପଛପଟେ ଥିବା ତଳସାହି ଗାଁର ପୂର୍ଣ୍ଣଚନ୍ଦ୍ର ଭୋଇ ହଠାତ ଅସୁସ୍ଥ ହୋଇ ପଡ଼ିଯାଇଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ ଶବକୁ ଘରକୁ ନେବାପାଇଁ ଆମ୍ବୁଲାନ୍ସ ସାହାଯ୍ୟ ମାଗିଥିଲେ ।

କିନ୍ତୁ ଡାକ୍ତର ତାଙ୍କୁ ମେଡିକାଲରେ ଗାଡିର ସୁବିଧା ନାହିଁ ବୋଲି ମନା କରିଦେଇଥିବା ପରିବାର ଲୋକ କହିଛନ୍ତି । ଫଳରେ ପରିବାର ଲୋକ ଏକ ଟ୍ରଲିରେ ବୋହି ଶବକୁ ଘରକୁ ନେଇଥିଲେ । ତେବେ ଦାୟିତ୍ୱରେ ଥିବା ଡାକ୍ତର ଋତୁପୂର୍ଣା ପଣ୍ଡା କହିଛନ୍ତି ପରିବାର ଲୋକେ ତାଙ୍କୁ ଆଣିବା ସମୟରେ ତାଙ୍କର ମୃତ୍ୟୁ ହୋଇସାରିଥିଲା ଏବଂ ପରିବାରଲୋକ କିଛି ନଜଣାଇ ଶବ ନେଇଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe