କନକବ୍ୟୁରୋ : ଦିନକ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପଡ଼ିବ ଭୋଟ୍। ପ୍ରଚାରର ଶେଷ ଦିନରେ ଭୋଟରଙ୍କ ନିକଟତର ହେଲେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ପ୍ରତିଦ୍ବନ୍ଦ୍ବୀ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କମଲା ହ୍ୟାରିସ୍ ଶନିବାର ଦିନ ୱିସ୍କୋସିନ୍ରେରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ବିଜୟୀ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି  ।

Advertisment

ସେହିପରି ଭର୍ଜିନିଆରେ ଶେଷ ଦିନରେ ପ୍ରଚାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ସମୟରେ ସେ ଜୋ ବାଇଡେନ ଓ କମଲା ହାରିସଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । କମଲା ହାରିସଙ୍କୁ ଟ୍ରମ୍ପ ବାମପନ୍ଥୀଙ୍କ ସପକ୍ଷବାଦୀ କହିବା ସହ ଦେଶରେ ଶାନ୍ତି ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଆଣିବାକୁ ଯୁବପିଢୀଙ୍କୁ ଆହ୍ବାନ ଦେଇଛନ୍ତି  । ଏସବୁ ମଧ୍ୟରେ  ଆସନ୍ତା ୫ ତାରିଖରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଜାଣନ୍ତୁ କଣ ରହିଛି ସଂଖ୍ୟା ଗଣିତ ।